ସ୍ମୃତି (୨୬) ଇଛାର ହୁଲିଡଙ୍ଗା
ସ୍ମୃତି (୨୬) ଇଛାର ହୁଲିଡଙ୍ଗା
ବେଳେ ବେଳେ ଅନେକ ଠେଲାପେଲାରେ
ସଂପର୍କ ସବୁ ଗଢ଼ିବାକୁ ହୁଏ
ସବୁ କିଛି ନିଜ ଇଛାରେ ନୁହେଁ,
ଉଜାଣି ନା ସ୍ରୋତାନୁକୂଳରେ ଭାସୁଛି ଡଙ୍ଗା
ଦେଖି ଦେଲେ ଯେ ଜଣା ପଡିଯିବ
କେଉଁ ଦିନ ସେମିତି କେ କହେ !
ଦିନ ହେବା ଆଗରୁ ପ୍ରତିଥର
ରାତି ଆହୁରି ଗଭୀର ହୁଏ
ସତେ ଅବା ସମୟ ଥୁକୁଲ କହିଦେଇ
ନିୟତିର ଗତିକୁ ଅଟକାଇ ଦିଏ ,
ଏବେ ବାକି ଖାତାରେ ସ୍ବପ୍ନ ସବୁ ରହେ
ଭାସି ବୁଲିବାକୁ ଇଛାର ହୁଲି ଡଙ୍ଗାରେ ,
ପଚାରନା କେଉଁ ଦିଗରେ ଯାଏ ସେ
ନୀତି ସଂଜ ଟିକେ ନଇଁ ଗଲା ପରେ ,
ଏମିତିବି ଇଛାର ହୁଲି ଡଙ୍ଗାରେ ବସି
କହିଲ କେ କା କଥା ମାନିଛି ,
ଭୁଲା ମନକୁ ଜହ୍ନ ମାମୁଁ ଦେଖାଇ
କିଏ ସହଜରେ ମନାଇ ପାରିଛି ......... !