STORYMIRROR

Prafulla Chandra Mishra

Romance

3  

Prafulla Chandra Mishra

Romance

ସ୍ମୃତି ନୁହଇ ବିଲିନ

ସ୍ମୃତି ନୁହଇ ବିଲିନ

1 min
204


ଚିର ଦୀପ୍ୟମାନ ଅବିନଶ୍ଵର ଏ ଚିର ସ୍ମରଣୀୟ ପ୍ରୀତି

ହୁଦୟ ପଟଳେ ଛାପି ହୋଇରହେ ଅତୀତର କେତେ ସ୍ମୃତି

ନିଃଷ୍ପ୍ରଭିତ ନୋହି ପ୍ରୀତି ମହକକୁ ସ୍ମୃତି ରଖଇ ସାଇତି

ସ୍ଵପ୍ନେ ଉଙ୍କିମାରେ ମନ ଅଇନାରେ ଉଜାଗରେ ଯାପେ ରାତି ।।


ପ୍ରେମ,ପ୍ରଣୟରେ ପ୍ରୀତିର ମାଧୁର୍ଯ୍ୟ ଯୌବନର ମାଦକତା

ସେନେହ ଶରଧା ମମତା ବନ୍ଧନ ଅସୀମିତ ବିଶ୍ଵାସତା

ମହନୀୟ କରେ ସଂସାରରେ ପୁଣି କ୍ରମେ ତା’ର “ନିଃଷ୍ପ୍ରଭତା

ଆସିଲେ ମନରେ” ସାଇତା ସେ ସ୍ମୃତି ମନେ ଭରେ ଉଦ୍ଦାମତା ।।


ମୁହୂର୍ତ୍ତକ ପାଇଁ ସୁଖ ଅବା ଦୁଃଖ ସାଗର ପ୍ଳାବିତ କରି

ଜୀବନର ବେଳାଭୂମି ଆର୍ଦ୍ର କରି ଦେଇ କ୍ଷଣେ ଯାଏ ଫେରି

ସୁପ୍ତ ସ୍ମୃତି କ୍ଷଣେ ଉଦ୍ରେକ ହୁଅଇ ପୁରୁଣା ଦିନର କଥା

ସ୍ମୃତି ଜୀବନର ଅଭିନ୍ନ ଅଧ୍ୟାୟ ହରେ ମାନସିକ ବ୍ୟଥା ।।


ସବୁ ସ୍ମୃତି ପରେ ପ୍ରେମର ୟେ ସ୍ମୃତି ରହେ ଚିର ଅମଳିନ

ସ୍ଵାଭାବିକ ପ୍ରେମ ନୈପୁଣ୍ୟତା ଭାବ କେବେ ନୁହଇ ବିଲୀନ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance