STORYMIRROR

Alka Mohanty

Abstract Inspirational

3  

Alka Mohanty

Abstract Inspirational

ସ୍ଵାଗତମ ନୂଆ ବର୍ଷ

ସ୍ଵାଗତମ ନୂଆ ବର୍ଷ

1 min
196


ବରଷ ବିତିଲା କେତେ ସ୍ମୃତି ଦେଲା,

ବଦଳିଲା ଦିନ ରାତ୍ର।

ବଦଳିଲେ ନାହିଁ ତୁମେ ଆଉ ମୁଁ 

ନା ବଦଳିଲେ ସୂର୍ଯ୍ୟ ଚନ୍ଦ୍ର।


କେତେ ଉତ୍ସାହରେ ସ୍ବାଗତ କରିଛ

ନୂଆ ବର୍ଷ ନୂଆ ଦିନ।

 ଭୁଲି ଯିବା ଆମେ ପୁରୁଣା କ୍ଳେଶକୁ

ନୁହେଁ ସ୍ମୁତି ଏକ ରୂପା ଜହ୍ନ।


ଜୀବନ ନୌକା ,ଜୀବନର ରେଖା 

କେବେ ଚାଲେ ନାହିଁ ସମତଳ,

ଜୁଆର ଆସିଲେ ଭଟ୍ଟା ଟିଏ

 ସାଥେ ଆସି କରେ ସମତୁଲ।


ସ୍ନେହ ପ୍ରୀତି ସବୁ ଅନୁଭବ ହୁଏ

 ସାଥେ ଥିଲେ ଅଭିମାନ,

ସୁଖର ସମୟ ବିହ୍ଵଳିତ କରେ 

ଯେବେ ଦୁଃଖେ ବିତିଥାଏ ଦିନ।


 ଇଶ୍ଵର ଙ୍କ ଠାରେ ଏତିକି ପ୍ରାର୍ଥନା

ସୁଖେ ଯାଉ ନୂଆ ଦିନ,

ବଡ ଦିନ ବଡ ସମ୍ଭାର ଆଣିଛି 

ମନ ବାଞ୍ଛା କରୁ ପୂର୍ଣ୍ଣ।


ଭୂଳିଯାଅ ମିତ କାମ କ୍ରୋଧ ମୋହ

ହିଂସା, ଦ୍ୱେଷ,ଅପମାନ,

ଆମେ ପରା ସବୁ ଶକ୍ତ ହିମାଳୟ

ନୁହେଁ ତ ଭଷା ବାଦଲ।


ସ୍ବାଗତ କରୁଛି ନୂଆ ସକାଳକୁ 

ଈଶ୍ୱରଙ୍କୁ ଧ୍ୟାନ କରି,

ପ୍ରଭୁ ଦୟାମୟ ସୁଖ ଶାନ୍ତି ଦେଉ

କରୁ ଭବ ସାଗରରୁ ପାରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract