STORYMIRROR

Chittaranjan Nanda

Abstract

3  

Chittaranjan Nanda

Abstract

କବିର କଳ୍ପନାରେ

କବିର କଳ୍ପନାରେ

1 min
124


ଆମେ ସମସ୍ତେ ଜାଣି଼ଛେ,

ଆସେ ନଦୀ ଓ ହ୍ରଦ ଜଳ ଚାରି ଦିଗରୁ,

ଏକ ମୂର୍ତ୍ତି ଏକ ରଙ୍ଗରେ ବାହାରେ ସମୁଦ୍ରରୁ ।


ଏହାକୁ ଦେଖି ପ୍ରାୟ ୪୦୦ ବର୍ଷ ଧରି ଦାସତ୍ୱର ଶୃଙ୍ଖଳରେ ନିଷ୍ପେଷିତ, ଉତ୍ପୀଡିତ, ବିଖଣ୍ଡିତ, ଧରାଶାୟୀ ଓଡ଼ିଆ ଜାତିକୁ ଏକତ୍ରିତ ଆଉ ଉଦ୍ଦୀପିତ କରିବାର ପ୍ରୟାସ ମଧ୍ୟରେ କବି ମଧୁବାବୁ ଲେଖିଥିଲେ

"ଏହି ସମ୍ମିଳନୀ ଜାତି ପ୍ରାଣସିନ୍ଧୁ

କୋଟି ପ୍ରାଣବିନ୍ଦୁ ଧରେ,

ତୋର ପ୍ରାଣବିନ୍ଦୁ ମିଶାଇ ଦେ ଭାଇ

ଡେଇଁ ପଡ଼ି ସିନ୍ଧୁ ନୀରେ ।"


ଓଡ଼ିଶାର ଆକାଶରେ ନୂତନ ସୂର୍ଯ୍ୟୋଦୟ ଆଣିବା ପାଇଁ କବି ମଧୁବାବୁ ଡାକ ଦେଇଥିଲେ,

"ଭୂମିକମ୍ପ ହେବ ଧରଣୀ ଫାଟିବ

ଉଠିବେ ସହସ୍ରଭୂଜା,

ସେହି ତୋର ମାତା, ସେହି ତୋର ଭ୍ରାତା, 

କର ସେହି ପାଦପୂଜା ।"



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract