STORYMIRROR

Prafulla Chandra Mishra

Tragedy Fantasy

4  

Prafulla Chandra Mishra

Tragedy Fantasy

ଗରିବ ର ଆର୍ତ୍ତନାଦ

ଗରିବ ର ଆର୍ତ୍ତନାଦ

1 min
168


ଘର ଘର ବୁଲି ବୁଲି କାମ ନମିଳଇ

ଦୁଃଖ ରେ ଜୀବନ କାଟେ ପିଲା ଛୁଆ ନେଇ

ପାଞ୍ଚପ୍ରାଣୀ କୁଟୁମ୍ବ ମୋ ଦୁଃଖ କଷ୍ଟେ ଦିନ

କଟେ, ଗରିବି ମୁଁ ହୁଏ ବଡ ହୀନିମାନ

ଗରିବ କାହିଁକି କଲ ଆହେ ଭଗବାନ

ଦୁଇଓଳି ଦୁଇ ମୁଠା ନପାରେ ଯୁଟାଇ

ଘର ଘର ବୁଲି ବୁଲି କାମ ନମିଳଇ ।।


ଦିନରେ ସୂରୁଯ ପୁଣି ରାତିରେ ଚନ୍ଦ୍ରମା

ଭଙ୍ଗା ଚାଳ କୁଡ଼ିଆ ମୋ ଅନେକ ପୁରୁଣା

ବାପା ଅଜାଙ୍କର ଘର ଏମୋ ଭିଟାମାଟି

କର୍ମକୁ ଆଦରି ମୁଁ ତ ପଡ଼ିଅଛି ଏଠି

ଜୀବନର ସୁଖ ଶୀରି ଯାଇଅଛି ତୁଟି

ଗରିବି ମୋ ଭାଗ୍ୟେ ଅଟ୍ଟ‌ହାସ୍ୟ କରୁଥାଇ

ଘର ଘର ବୁଲି ବୁଲି କାମ ନମିଳଇ ।।


ସାତ ସିଆଁ ଲୁଗା ପଟା ଫୁଙ୍ଗୁଳା ମୋ ପିଲା

ଦୁଃଖରେ କଟେ ଜୀବନ ଏକି ଭାଗ୍ୟେ ଥିଲା

କରମ ଅବେଳୁ ଅବା ପ୍ରାରବ୍ଧ ମୋ ଭାଗ୍ୟ

ନିୟନ୍ତ୍ରିତ କରେ ଦିଏ କେତେ ଦୁଃଖ କଷ୍ଟ

ଜୀବନ ଜୀବିକା ମୋର ନେଉଛି ଛଡାଇ

ଗରିବି ମୋ ପଛେ ପଛେ ପିଛା ଛାଡୁନାହିଁ

ଘର ଘର ବୁଲି ବୁଲି କାମ ନମିଳଇ ।।


ଧନ୍ୟରେ ମନ୍ଦ ବିଧାତା ଗରିବ ଜୀବନ

କାହିଁକି ମୋ ଭାଗ୍ୟେ ଭରି କରୁ ହୀନିମାନ

ଜନମ କୁଣ୍ଡଳୀ ମଧ୍ୟେ ଯେ ଗ୍ରହ ନକ୍ଷତ୍ର

ଶୁଭ ଦୃଷ୍ଟି ପଡ଼ିଯାଉ ବଦଳୁ ଏ ଭାଗ୍ୟ

ସହି ହେଉନାହିଁ ଆଉ ୟେ ଗରିବିର ଦୁଃଖ

ଶୁଭ ଦୃଷ୍ଟି ଦିଅ ଆଉ ସହି ହେଉ ନାହିଁ

ଘର ଘର ବୁଲି ବୁଲି କାମ ନମିଳଇ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy