STORYMIRROR

Er Subhransu Kumar Behera

Tragedy Classics Fantasy

4  

Er Subhransu Kumar Behera

Tragedy Classics Fantasy

ଫେରନ୍ତା ଫଗୁଣ

ଫେରନ୍ତା ଫଗୁଣ

1 min
221

ମେଞ୍ଚା ମେଞ୍ଚା ବିରହର କ୍ଷଣ ସବୁ

 ଲାଲ୍ ପଳାସ ଫୁଲର ବାସ୍ନାରେ,

 ଲାଲ୍ ଫଗୁ ଅବିରର ରଂଗରେ, 

 ମାତାଲ୍ ମଳୟ ଛୁଆଁରେ ...

 ପୁଣିଥରେ ଉଜୁଡା ଅତୀତର 

 ଅର୍ଦ୍ଧ ଦଗ୍ଧ ପାଉଁଶରେ,

 ଭରିବାକୁ ମୋ ମନକୁ ...

 କେତେ ଖୁସିରେ ... କେତେ ଶ୍ରଦ୍ଧାରେ ,

 ଫଗୁଣ ... ତୁମେ ଆସିଛନା !

 ତୁମେ ଆସିଛ ବୋଲି ତ ,

 ସବୁଥର ପରି , ଏଥର ବି ...

 ବେଶ୍ ଗହଳ ଚହଳ ହେଲାଣି,

 ଦୋଳ ଯାତ୍ରା ସଭା ବସିଲାଣି,

 ଯାତ୍ରା ପାର୍ଟି ବୁଝା ସରିଲାଣି,

 ବିମାନ ବି ଧୂଆ ପୋଛା ହେଲାଣି ...

 ପୁଣି ଥରେ ରାଧାକୃଷ୍ଣ ଲୀଳା

 ବିଜେ ହୋଇ ମେଳଣ ଭାଡିରେ,

 କେତେ ଆନନ୍ଦ ... କେତେ ଉଲ୍ଲାସ,

 ଫଗୁଣ ... ତୁମେ ଦେଖୁଛ ନା !

 ସବୁ ତ ସେଇ ମେଳଣ ପଡ଼ିଆରେ,

 କାହା ପାଇଁ ଚୁପ୍ ଚାପ୍

 ମନ ବାନ୍ଧି ହୋଇଯାଏ..

 କାଚେରାର ହରରଂଗୀ କାଚରେ,

 ଷ୍ଟିଲ୍ ସିନ୍ଦୂର ଫରୁଆରେ,

 ଦୁଇଟା ପ୍ଲାଷ୍ଟିକ ସାବୁନ୍ କ୍ୟାସରେ,

 ହେଲେ ତାର ଶକ୍ତ ନିରବତା ,

 ମୋତେ ଆଜି ବି କିଣାଇ ଦେଇନି,

 ଫଗୁଣ ... ତୁମେ ଜାଣିଛ ନା ! 


            

          


Rate this content
Log in

Similar oriya poem from Tragedy