STORYMIRROR

Priyadarsini Das.

Fantasy

4  

Priyadarsini Das.

Fantasy

ଜହ୍ନ

ଜହ୍ନ

1 min
247


ଜହ୍ନ ଭାରି ଅମାନିଆଟା,

ଜାଣିଛି ନା ସମସ୍ତଙ୍କର ସେ କେତେ ଲୋଡା,

ଖାସ୍ ସେଥି ଲାଗି

ଭାରି ଫୁଲେଇ ହୁଏ ସେ .....।


କେବେ ଗୋଲ୍

କେବେ ଅଧା ଥାଏ ,

କେବେ ହଜି ଯାଏ

ପୁଣି କେବେ ପୁରା ଝଲସି ଯାଏ ....।


ସେଇ ଜହ୍ନ ପ୍ରେମୀଙ୍କର ଭାବନାର ଘର,

ଛୋଟ ପିଲାର ହସର ଠିକଣା ,

ବିଜ୍ଞାନ ପାଇଁ ଏକ ରହସ୍ୟ ....।


ବୋଧେ ସେଥି ଲାଗି

ସେ ଜହ୍ନର ଏତେ

ଫୁଲେଇ ଗୁଣ .....।..


Rate this content
Log in

Similar oriya poem from Fantasy