ଚିତ୍ରକର ତୁମେ
ଚିତ୍ରକର ତୁମେ
ଚିତ୍ରକର ତୁମେ,
ଆଙ୍କି ଦିଅ ତୁଳୀ ରେ ତୁମର
ମନ ଗହନ ର ସୁପ୍ତ ପରିଭାଷା ।
ସ୍ନାୟୁ ତନ୍ତ୍ରୀ ନିର୍ଦ୍ଦେଶ ମାନି ,ତୁମେ ଭରିଦିଅ
ଜୀବନ ରେ ରଙ୍ଗ , ପକ୍ଷୀ କୁ ଡେଣା ,
ସାଗରକୁ ଫେନିଳ ତରଙ୍ଗ ପୁଣି ହୃଦୟକୁ ଭାଵନା ରଙ୍ଗ ।
ବର୍ଣ୍ଣ ବୈଭବ ରେ ସୁନ୍ଦରୀ ପ୍ରକୃତି
ଅଙ୍ଗେ ଅଙ୍ଗେ ଶୋହେ କମନୀୟ କାନ୍ତି ।
ସେ କାନ୍ତି ଦର୍ଶନେ ହର୍ଷିତ ପ୍ରତି ପ୍ରାଣ ,
ପ୍ରେରଣା ଅଦ୍ଭୁତ ଦିଏ ସମୟ ର କୋଳାହଳ
ପବନେ ଚହଟେ ଫୁଲ ର ସୁଗନ୍ଧ ,ଜନନୀ ସ୍ନେହ ସୁଶିତଳ ।
