STORYMIRROR

Gangotri Priyadarshini

Abstract Classics Fantasy

4  

Gangotri Priyadarshini

Abstract Classics Fantasy

ବିରହ ବିଥିକା

ବିରହ ବିଥିକା

1 min
287


ଯେ ରଜନୀ ଫେରିଯାଏ ପ୍ରଭାତ ଅାଗତେ

ପୁଣି ପ୍ରତୀକ୍ଷା ରେ ଥାନ୍ତି ଜହ୍ନ ତାରା ଯେତେ

ଭାସି ଆସେ ନିଶାର୍ଦ୍ଧରେ ଶେଫାଳି ବାସନା

କୁହ ସାଥି ପ୍ରେମେ କିବା ନ ହୁଅ ଆନମନା !!


ପ୍ରତି କ୍ଷଣେ ଝୁରେ ମୁହିଁ ତବ ଆଲିଙ୍ଗନ

ଅପେକ୍ଷା ରେ ମୁଦ୍ରିତ ମୋ ବେନି ନୟନ

ଉଷା ଆସେ ସୁରୁଜର ମୁରୁଜ ଛିଟାରେ

କୋଇଲି କୁହୁତାନ ଝୁରି ମୋତେ ମାରେ !!


ଶ୍ରାବଣର ଧାରା କୁ ମୁଁ ପଚାରଇ ଯେବେ

କୁହେ ପ୍ରିୟ ଆସୁଛନ୍ତି ମଳୟର ସଙ୍ଗେ 

ପ୍ରକୃତି ବୁକୁରେ ଯେତେ ଅମୃତର ବିନ୍ଦୁ

ମନେ ଜୋଛନା ଜୁଆର ପୂର୍ଣ୍ଣମୀ ର ଇନ୍ଦୁ !!


ପ୍ରେମ ପୁଣ୍ୟତୋୟା ମୋର ହୃଦ ପରିଯନ୍ତେ

ସାଥୀ ତୁମେ ଫେରିଆସ ଏ ରଜନୀ ଅନ୍ତେ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract