STORYMIRROR

Banasmita Panda

Romance Classics Fantasy

4  

Banasmita Panda

Romance Classics Fantasy

ଅଭିମାନ

ଅଭିମାନ

1 min
182


ହଁ ଅଭିମାନ ର ଗାର

ଭାରୀ ନିଆରା

ସବୁ ଭାବର ଏହା ଅପୂର୍ବ ମିଳନ

ହୃଦୟ ରୁ ହୃଦୟର

ଅପୂର୍ବ ସମାଗମ

ମନେ ମନେ ପ୍ରେମର ଆହ୍ୱାନ

କିନ୍ତୁ ରୋଷପୂର୍ଣ ଭାବ

କେବେ ମିଠା, କେବେ ଖଟା

ଜୀବନଟା ସତରେ

କେତେ ନିରୁଦ୍ଧିଷ୍ଟ

ହୃଦୟଟା କାହିଁ ବିଚଳିତ

ଉପସ୍ଥିତରେ, ଅନୁପସ୍ଥିତରେ

ତଥାପି ମନ ଖୋଜେ

ଏକାନ୍ତରେ

କୁନି ପରୀ କରିଛି ଅଭିମାନ

ମା ର ରିବନ ଵାଲା ବେଣିରେ

ବାପାଙ୍କ କାଠି ଲଗା ଚକଲେଟରେ

ଟିକି ହସଟି ସେଇ ଅଭିମାନର

ବାପାଙ୍କ ଘୋଡାରେ

ମା ର ପଣତ କାନିରେ

ଅଭିମାନ ସେଇ ସୂତା ଖିଅରେ ରାକ୍ଷୀରେ ଦୂରେ ଥାଇ

ମଧ୍ୟ୍ୟ କରେ ଅପେକ୍ଷା

ପ୍ରତିବର୍ଷ ସେଇ ଲଫାପାର

ସେ ଭାଇ ମଧ୍ୟ୍ୟ ହସିଦିଏ ଦେଖି

ଦୁଃଖରେ

ବର୍ଷ ବର୍ଷରୁ ହାତରେ ପଡିଥବା

ମଇଳା ସୁତା ଖଣ୍ଡିକରେ

ଅଭିମାନରେ ଭରା

ସେ ପ୍ରେମ ଭରା ଚିଠି ଖଣ୍ଡ

ବର୍ଷ, ମାସ, ଋତୁ ଆସେ ଯାଏ

ସେ ତା ଅପେକ୍ଷାରେ

ଦୂରେ ପାହାଡ଼, ମରୁଭୂମିରେ

ହସିଦିଏ ଚିଠି ଉପର

ପ୍ରିୟାର ମଥାର

ସିନ୍ଦୁର ଟୋପାର ଚିନ୍ହରେ

ଅଭିମାନ ଵୃଦ୍ଧ ବେଳାର

ମନ କରେ ପୁଣି ବାଳୁତ ପଣର

ଶରୀର କୁହେ

ଦୂରେ ବସି ମୋତେ ଦେଖ

ସେ ଭି ଭରିଦିଏ କୁନି କୁନି ହସର

ତାର କୁନି କୁନି ଚଲାପଥରେ

ସତରେ କେଡେ ଅବୁଝା

ଏ ଅଭିମାନିନୀ, ଅଭିମାନ !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance