STORYMIRROR

Swapna Meher

Fantasy Others

3  

Swapna Meher

Fantasy Others

ସପ୍ନ

ସପ୍ନ

1 min
363


ଗତି କରୁଥିଲି ଦୁର୍ଗମ ପଥେ ଶତାଧିକ ସପ୍ନ ନେଇ,

ସେ ସପ୍ନ ଜୀବନେ ମୋ ଆସିଲା ଅନ୍ଧକାର ରାତ୍ରି ସାଜି ।

ସହସ୍ର ଆଶାକୁ ଭଲପାଇ ଚାଲିଗଲି ସମୁଦ୍ର ଅନ୍ତେ,

ଜାଣି ପାରିଲି ନାହିଁ କେତେବେଳେ ବୁଡିଗଲି ସାତତାଳ ପଙ୍କ ମଧ୍ୟେ ।

କାଳ ରାତ୍ରି ସାଜି ଜୀବନେ ଆସିଲା ନୟନେ ସୁନ୍ଦର ଲୋତକ,

ଓଠ ର ଅଧର ମଧ୍ୟ କହୁଥିଲା ଲୋତକ ଖୁସି ର ମୂହୂର୍ତ ।

ସପ୍ନ ,ଏହା ହିଁ ସପ୍ନ

କେତେବେଳେ ଖୁସି ଦିଏ ତ କେତେବେଳେ ଅଶ୍ରୁ ।

ସେ ହିଁ ଆରମ୍ଭ କରେ ଭାବନା ଶକ୍ତି ,

ପ୍ରେମର ଆରମ୍ଭ ଏବଂ ପ୍ରେମର ଅନ୍ତ

ହୃଦୟକୁ ସେ ଉଦ୍ବୋଧନା ଦେଇ ,

ନିଜେ ହିଁ କଳି ଲଗାଇ ଦେଖୁଥାଏ ଏକା ବସି ।

ସପ୍ନ

ତୋ ଠାରୁ ବଳି ଖରାପ ହୁଏତ ବିଧାତା ଗଢିନଥିବ,

ସେ କହିଥିଲା ହୃଦୟ ରୂପ ସରୋବରେ ସପ୍ନର ସ୍ଥାନ ପବିତ୍ର ସ୍ଥାନେ।

କିନ୍ତୁ ଏହି ସପ୍ନ ମୋ ଜୀବନେ ଆସି ଢାଙ୍କି ଦେଇଛି କାଳ ରୂପି ବାଦଲ,

କେତେବେଲେ ସେ କାଳ ରୂପି ବାଦଲ

ମୋ ଠାରୁ ଦୂରେଇ ଯିବ ଏବଂ କହିଦେବ ଆସିଥିଲା

ସେ ମୋ ପାଖକୁ ଆସିଥିଲା ପରୀକ୍ଷା ଅନୁସନ୍ଧାନେ ।

ପରୀକ୍ଷା ସୁଫଳ ଯୋଗୁଁ କାଳରୂପି ବାଦଲ ଦୁଃଖ ସପ୍ନକୁ ଏଡାଇ ,

ମୋ ସପ୍ନକୁ ଜଲନ୍ତା ଦୀପର ଆଖ୍ୟା ଦେଇ ଚାଲିଯିବ ଏବଂ

କହିଦେବ ଜଲନ୍ତା ଦୀପର ଅନ୍ୟ ନାମ "ବିଶ୍ବାସ "।

ସପ୍ନା ମେହେର୍


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy