STORYMIRROR

Swapna Meher

Others

3  

Swapna Meher

Others

ମୋର୍ ଠକରୁ ବାପା

ମୋର୍ ଠକରୁ ବାପା

1 min
74

ଛାତି କେ ପଥର୍ କରି

    ଆଏଜ୍ ଭିଲ୍ ସେ ହସୁଥିସନ୍,

ଆମର୍ ମଙ୍ଗଳ ଲାଗି 

    ପଥର୍ କେ ଭିଲ୍ ପୂଜା କରିପକାସନ୍,

ନାଇଁ ନ ବଡ୍ କିହେ ଭଗବାନ୍ ନୁ ବଲି

    ହର୍ମେସା ମତେ ଠକୁଥିସନ୍, 

ହଁ , ସେ ମୋର୍ ବାପା ଆନ୍

     ଯେ ମତେ ହର୍ମେସା ଠକୁଥିସନ୍। 


ଖରାପ୍ ହେଇ ଭିଲ୍ 

    ଯାହାର୍ ଘଡି କେଭେ ଖରାପ୍ ନାଇଁ ହୁଏ, 

ଛିଡସି ଚପଲ୍ 

    ହେଲେ ଜୁନ୍ହା କେଭେ ନାଇଁ ହୁଏ, 

ସେ ଗୁଟେ ସାର୍ଟ୍ କେ 

    ଆଏଜ ବି ତାକର୍ favorite କହେସନ୍, 

ହଁ , ସେ ମୋର୍ ବାପା ଆନ୍

     ଯେ ମତେ ହର୍ମେସା ଠକୁଥିସନ୍। 


ଘିନସନ୍ ମୋର୍ ଲାଗି ସାମାନ୍

    ହେଲେ ଉସତ୍ ସେ ବେଶି ହେସନ୍, 

ନୁନ୍ ଭାତ୍ ଭଲ୍ ଲାଗୁଛେ ବଲି 

     ତରକାରି ଆଗେ ମୋର୍ ଥୁଇଦେସନ୍, 

ଖରାପ୍ ହେଲାନ ଆଏଁଖ୍ ଟା ହେଲେ

      ଝକାସ୍ ଦିସୁଛେ ବଲି ବେଡି ମତେ ବନେଇଦେସନ୍, 

ହଁ , ସେ ମୋର୍ ବାପା ଆନ୍

     ଯେ ମତେ ହର୍ମେସା ଠକୁଥିସନ୍। 


            


Rate this content
Log in