ସପନ୍ ତକ୍ ଯିବୁ
ସପନ୍ ତକ୍ ଯିବୁ
1 min
505
ଦେଖିଛୁ ତ ତୁଇ ସପନ୍ ଗୁଟେ,
ହେଲେ ଡରୁଛୁ ତୁଇ କେଁ ଯେ?
ଡରୁଛୁ ଯେ ତୁଇ ଇଥିର୍ ଲାଗି ,
ନିଜକେ ତୁଇ ଚିନ୍ହି ନାଇ ଯେ।
ଡର୍ ନାଇ ତୁଇ ଦୁନିଆର୍ ଲୋକ୍କେ,
ସାହାସ୍ କରି ବଢିଚାଲ୍ ନ ଆକ୍କେ।
ଉଖଲା କରବେ ହଜାର୍ ଲୁକେ,
ହେଲେ ଦଉଡୁ ତୁଇ ସପନର୍ ଦିଗକେ।
ପାଏମି ସହଜେ ଜିତ୍ କେ ବଲି,
ନି ଭାବବୁ ରେ ତୁଇ କେଭେ,
କଷ୍ଟ କରି ଭିଲ୍ ହାର୍ ପାଏବୁ,
ହେଲେ ହାରବୁ ନାଇ କେଭେ।
ହଜାର୍ ଥର୍ ହାରି ଉଖଲା ହେବୁ,
ଦୁନିଆ ଯାକିର୍ ତୁଇ ଆଗେ।
ନି ମିଟାବୁ ଧରଜ୍ କେ ତୁଇ,
ଇଜତ୍ ଭିଲ୍ ପଲେଇ ଗଲେ।
ସପନର ରାସ୍ତେ କନ୍ଟା ଆଏବା,
କାନ୍ଦବୁ ନାଇ ରେ ତୁଇ କେଭେ।
ଦୁଖ୍ ପରେ ନ ସୁଖ୍ ଆଏସି,
ଦେଖବୁ ନ ତୁଇ ଭିଲ୍ ପରେ।
ସପ୍ନା ମେହେର୍
