STORYMIRROR

Swapna Meher

Others

4  

Swapna Meher

Others

ନାରୀ

ନାରୀ

1 min
453



ସୌନ୍ଦର୍ୟ୍ଯ ସକାଳ ର ସୂର୍ୟ୍ଯକିରଣ ପରି 

ଉଦ୍ଭାସିତ ହୋଇଛି ଗୋଟେ ଏପରି ଶକ୍ତି, 

ଯେପରି ବିଧାତାର ଶ୍ରେଷ୍ଠ ରଚନା, 

ଭାଗ୍ୟବାନ ଦମ୍ପତ୍ତିକୋଳେ ଜନ୍ମି କରେ ସେ ଭକ୍ତି, 

ଅଟେ ସେ ପ୍ରାନ୍ତ ବିନ୍ଦୁ ର ନିରାକାରମୟା, 

ନାରୀ ରୂପେ ସେ ଦେବୀର ଅନ୍ୟତମ ସ୍ରୁଷ୍ଟି। 


ଅର୍ଣପୂର୍ଣ୍ଣା ରୂପେ ଅଟେ ସେ ମା ସରସ୍ୱତୀ, 

ଅଭାବେ ଥିଲେ ମଧ୍ଯ ଦିଏ ସଭିଂକୁ ଖୁସି। 

ମା ଲକ୍ଷ୍ମୀ ର ପ୍ରତିକ ସାଜି ଅଜାଡେ ସ୍ନେହ ଦିନରାତି, 

ପରିବାର ଖୁସି ପାଇଁ ଦିଏ ସେ ନିଜ ସପନ କୁ ଆହୁତି। 


ଓଠରେ ମିଛ ହସ ରଖି, 

ଦୁଃଖକୁ ପଣତେ ବାନ୍ଧି, 

ହସ ଖୁସିର ଖେଳାଏ ଲହରୀ, 

ଦେବତା ରୂପେ ସ୍ବାମୀକୁ ପୂଜି ହୁଏ ସେ ସତି ସାବିତ୍ରୀ। 


ମା ତାରିଣୀଙ୍କ ରୂପେ ହୁଏ ଯେବେ ନାରୀ, 

ସର୍ବଂସହା ହୁଏ ସେ ଦୁଃଖ କଷ୍ଟ କୁ ସହି। 

ଦୀବାରାତ୍ର ସଜାଗରେ ସେ ପ୍ରହରୀ, 

ବିକଳାଙ୍ଗ କୁ ମଧ୍ଯ କରେ ଶକ୍ତିର ଅଧିକାରୀ।


କ୍ରୋଧ ରେ ଯେବେ ହୁଏ ସେ ଦୁର୍ଗତିନାଶିନୀ, 

ନ୍ଯାୟ ପାଇଁ ଲଢି ହୁଏ ଯେ ସେ ଶତୃସଂହାରୀ।

ମା କାଳୀ ର ଅବତାରେ ଆସେ ଯେବେ ନାରୀ,  

ଶକ୍ତି ଦେଖି ତାର ପଥ ବଦଲାଏ ବଇରୀ। 


ସହସ୍ର ଦେବୀଙ୍କ ତୁଲନା କେବେ ତ କରିପାରିବିନି ମୁହିଁ, 

ହେଲେ ଅଟେ ସେ ଵିଧାତାଙ୍କ ସୁନ୍ଦର ସ୍ରୁଷ୍ଟି। 

ଆଦର ସହ କରୁଛି ପ୍ରଣାମ ନାରୀ କୁ ମୁ ଆଜି, 

ଯାହାକୁ ବିଶ୍ବବ୍ରହ୍ମାଣ୍ଡ ଦେଖୁଛି ପ୍ରତ୍ୟେକ ରୂପରେ ଦେବୀ। 


              ସ୍ବପ୍ନା ମେହେର୍


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍