ବଢତି ଦିଗେ
ବଢତି ଦିଗେ
ଜୀବନ୍ ର ବଢ୍ ତି ଦିଗେ,
ତୁଇ ଏନ୍ତା ବଢିଚାଲ।
ପଥର୍ ର ଛାତି ଚିରି କରି,
ରାସ୍ତା କେ ବନେଇ ଚାଲ୍।
ମେହେନତର ଅଭାବ୍ ନାଇ,
ଦୁନିଆ କେ ଦେଖେଇ ଚାଲ୍।
ମୁସ୍କିଲ୍ ରାସ୍ତା ନେ ଭିଲ୍ ,
ଜିତ୍ ଆଡକେ ତୁଇ ଵଢି ଚାଲ୍।
କିଏ ତତେ କହେଲା ,
ମାହାପୁରୁ ରାଗ୍ ହେଇଛେ।
କିଏ ତତେ କହେଲା ,
ସମିଆ ଧୋକା ଦେଇଛେ।
ତୁଇ ତ କେଭେ ,
କାହାର୍ ଆଶିର୍ବାଦ ନେ ଜିତ୍ ଖୁଜିଥିଲୁ।
ତୁଇ ତ କେଭେ,
ସମିଆ କେ ନାଇ ନିଜ୍ କେ ଖରାପ୍ କରଲୁ।
ହାର୍ କେ ହରେଇ କରି ,
ଜିତ୍ କେ ତୁଇ ଆଵ୍ ରି ଧର୍।
ପଛ୍ କେ ନାଇ ଦେଖ୍ ,
ବେଟା ଆଗ୍ କେ ନ ମାଡି ଵସ୍।
ପଵନ୍ ତ ଚାହେସି,
ଜଲ୍ଲା ଦୀପ୍ କେ ଲିଭାବାର୍ ଲାଗି।
ହେଲେ ଲିଭେଇ ନି ପାରେ ,
ସେ ଦୀପ୍ ଥି ଘି ଥିଵାର୍ ତକ୍।
ସ୍ବପ୍ନା ମେହେର୍
