STORYMIRROR

Raja Sekhar CH V

Fantasy Others

3  

Raja Sekhar CH V

Fantasy Others

ଆକାଶ ତାରା

ଆକାଶ ତାରା

1 min
416


ରଚନା : ଶ୍ରୀ ରାଜଶେଖର ସି 'ଚିମା'

ରାତ୍ରି ଆକାଶେ ଦିଶନ୍ତି ଚମକୁଥିବା ତରୁଣ ତାରା,

ଚକଚକିଆ ଲାଗୁଛନ୍ତି ଚକ୍ ମକ୍ ଚକ୍ ଚକ୍ ତାରା,

ଜ୍ୟୋତି ପରି ଦିଶୁଛନ୍ତି ଜକ୍ ଜକ୍ ଧକ୍ ଧକ୍ ତାରା,

ଚିରନ୍ତନ ଅନନ୍ତ ଅଗଣିତ ଅଛନ୍ତି ଆକାଶ ତାରା |୧|

ଚିରକୁମାର ପ୍ରଜ୍ଜ୍ଵଳିତ ରୁହନ୍ତି ନଭ ନକ୍ଷତ୍ର,

ସତେଇଶ ନକ୍ଷତ୍ରଙ୍କର ଅଛି ବିଶେଷ ପାତ୍ର,

ପରିପୂର୍ଣ୍ଣ କରନ୍ତି ଜନ୍ମପତ୍ରିକା ପଞ୍ଜିକା ପତ୍ର,

ଜ୍ୟୋତିର୍ବିଜ୍ଞାନ ଜ୍ୟୋତିଷ ରେ ଅଛି ମୁଖ୍ୟପାତ୍ର |୨|

ପାଖେ ପାଖେ ରୁହନ୍ତି ବଶିଷ୍ଟ ଅରୁନ୍ଧତୀ ତାରା,

ସପ୍ତଋଷି ନକ୍ଷତ୍ରପୁଞ୍ଜ ରେ ଅଛନ୍ତି ସପ୍ତ ତାରା,

ସପ୍ତର୍ଷି ମଣ୍ଡଳ ସାହାଯ୍ୟ ରେ ଦିଶନ୍ତି ଧ୍ରୁବତାରା,

ଜ୍ୟୋତିଃପୁଞ୍ଜ ପରି ଦିଶନ୍ତି ତାରାମଣ୍ଡଳ ତାରା |୩|

ଅରୁଣ ହେଲେ ଧରଣୀ ପାଇଁ ନିକଟତମ ତାରକା,

ଚଳଚ୍ଚିତ୍ର ଜଗତ ରେ ଅଛନ୍ତି ଅନେକ ଚିତ୍ର ତାରକା,

ମାତା-ପିତାଙ୍କ ପାଇଁ ସନ୍ତତି ସଦା ଆଖି ର ତାରକା,

ପତିତପାବନଙ୍କ ପାଇଁ ପ୍ରତି ଭକ୍ତ ଏକ ପ୍ରିୟ ତାରକା |୪|


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy