STORYMIRROR

Jyotiranjan Acharya

Fantasy Inspirational Others

3  

Jyotiranjan Acharya

Fantasy Inspirational Others

ହସ ମାହାତ୍ମ୍ୟ

ହସ ମାହାତ୍ମ୍ୟ

1 min
434


ହସ ନୁହେଁ କେବେ

ପରଦା ଦୁଃଖର

ଭାବ ଲୁଚାଇବା

ପାଇଁକି ମୁଖା,

ଏମିତିକା ହସ

ଅନ୍ତରରେ ବିଷ

ଉପରେ ମଧୁର

ପରତ ଢଙ୍କା।

ପ୍ରତିମା ପରାଏ

ଓଠରେ ନହସି

ହୃଦୟରୁ ହସ

ପ୍ରେମର ହସ,

ଖୁସିରେ ନାଚିବ

ନାଚି ନଚାଇବ

ମେଣ୍ଟିଯିବ ସବୁ

ମନର ଶୋଷ।

ବାଦ ବିବାଦର

ବାଡ଼ ଭାଙ୍ଗି ଦିଅ

ହସ ପୀୟୂଷର

ବିମଳ ସ୍ରୋତେ,

ନିରାନନ୍ଦ ପଣ

ନିପାତ ହୋଇବ

ଆନନ୍ଦ ଲହରୀ

ଖେଳିବ ସତେ।

ଶରୀରରୁ ରୋଗ

ସଂସାରୁ ବୈରାଗ

ଦୂର ହେବ ଏହି

ହସ ବଳରେ,

ସଭିଏଁ ମଣିବେ

ଏକ ପରିବାର

କେହି ନୁହେଁ ପର

ଏ ପୃଥିବୀରେ।

© ଜ୍ୟୋତି ରଞ୍ଜନ ଆଚାର୍ଯ୍ୟ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy