STORYMIRROR

Jyotiranjan Acharya

Fantasy Others

3  

Jyotiranjan Acharya

Fantasy Others

ସାଇ ସଙ୍ଗେ ହୋଲି

ସାଇ ସଙ୍ଗେ ହୋଲି

1 min
328


ସାଇ ମୋତେ ରଙ୍ଗେଇ ଦେ

ତୋର ନିଜ ରଙ୍ଗରେ,

ପକ୍କା କରି ରଙ୍ଗ ଲଗା

ନଛାଡୁ ସେ ସଜରେ।।

ସବୁଜ ଶରଧା ରଙ୍ଗେ

ରଙ୍ଗା ମୋର ମନକୁ,

ଅଶ୍ରଦ୍ଧା ଉଜୁଡି ଯାଉ

ସ୍ନେହ କରେଁ ସଭିଙ୍କୁ।

ସୁନେଲି ରଙ୍ଗ ସବୁରି

ଭରିଦିଅ ହୃଦୟେ,

ଯା'ବି ହେଉ ଧୈର୍ଯ୍ୟ ହରା

କେବେ ହେଲେ ନହୁଏ।

ସୁଖର ହଳଦୀ ରଙ୍ଗ

ଦିଶେ କେଡ଼େ ତୋରାରେ,

ସନ୍ତୁଷ୍ଟ ମୁଁ ସଦା ରହେଁ

ଯେ କୌଣସି ସ୍ଥିତିରେ।

ସାଇ ତୋ କେଶରୀ ରଙ୍ଗ

ପବିତ୍ରତା ପ୍ରତୀକ,

ଅଙ୍ଗେ ଅଙ୍ଗେ ବୋଳି ଦେରେ

ଧୋଇ ଯାଉ ପାତକ।

ଶୁଭ୍ର ଜ୍ଞାନ ରଙ୍ଗ ଗୋଟି

ସୂର୍ଯ୍ୟଠାରୁ ଉଜ୍ଜ୍ୱଳ,

ମଥାରେ ନେସି ତଡେ

ଅଜ୍ଞାନର ଅନ୍ଧାର।

ପାଇଗଲି ସବୁ ରଙ୍ଗ

ଧନ୍ୟବାଦ ହେ ସାଇ,

ଆସ ଚନ୍ଦନ ଟୋପାଟେ

ଦିଏ ମୁହିଁ ଲଗାଇ।

© ଜ୍ୟୋତି ରଞ୍ଜନ ଆଚାର୍ଯ୍ୟ

ପୋଖରୀପୁଟ ଭୂବନେଶ୍ବର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy