STORYMIRROR

कार्त्तिक सेठी

Fantasy Others

3  

कार्त्तिक सेठी

Fantasy Others

ଅଶ୍ରୁ ! ଗୋ ତୁମେ

ଅଶ୍ରୁ ! ଗୋ ତୁମେ

1 min
267


ଅଶ୍ରୁ ! ତୁମେ ଅଛ ବୋଲି

ଦଲକାଏ ମୃଦୁ ବାଆ

ମୋ ଗଣ୍ଡ ଦେଶକୁ ଚୁମ୍ବନ କରେ

ତୁମେ ଅଛ ବୋଲି ଦରଦୀ ଶବ୍ଦ ସବୁ

ମୋ'ସ୍ନେହିଳ ସ୍ପର୍ଶରେ ଭିଜିଯାଏ

ତୁମେ ଅଛ ବୋଲି କବି ଟିଏ

ତୁମ ଭାବନାର ରୂପରେଖ ଖୋଜେ

ତୁମେ ଅଛ ବୋଲି ଜୀବନର ସଜ୍ଞା ,

ନିଜର ଆତ୍ମ ପ୍ରକାଶ କରିବାକୁ ବାଧ୍ୟ ହୁଏ

ତୁମେ ଅଛ ବୋଲି ପ୍ରିୟାର ଓଠ

ସୁନ୍ଦର ରୁ ସୁନ୍ଦରତର ହୋଇଉଠେ....

ତୁମେ ଅଛ ବୋଲି ଦୁନିଆରେ

ପ୍ରେମ ଓ ସହାନୁଭୂତିର ମୋକ୍ଷ ନାହିଁ

ତୁମେ ଅଛ ବୋଲି ଭଲ ପାଇବାର

ଆରମ୍ଭ ଅଛି ଶେଷ ନାହିଁ

ତୁମକୁ କୋଟି ପ୍ରଣାମ ତ କରିପାରିବିନି

କେବଳ ହୃଦ ଭରି ଚୁମ୍ବନ ଟିଏ ଆଙ୍କି ଦେବି ।

-ଚଉମୁଖ, ବାଲେଶ୍ଵର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy