STORYMIRROR

कार्त्तिक सेठी

Others

3  

कार्त्तिक सेठी

Others

ପୂଜା ଓ ଭକ୍ତି

ପୂଜା ଓ ଭକ୍ତି

1 min
423

 ଶରତ ମରତ      ହସୁଛି ଆଜି ତ

     ଆସୁଛନ୍ତି ମାତ ଦେଖ 

କାଳୀ କପାଳିନୀ ଦେବୀ କାତ୍ୟାୟିନୀ

     ପଦେ ତାଙ୍କ ଧ୍ୟାନ ରଖ ।।


ନିଃସର୍ତ୍ତ ନିଷ୍କାମ    ଭକ୍ତିକୁ ଆଚରି

    ପୂଜିବା ତାଙ୍କ ଚରଣ

ସକାମ ଭକ୍ତିରେ  ଦୂଷିତ ନ ହେଉ

    ଭକ୍ତିର ସ୍ଵକୀୟ ଗୁଣ ।।


କାମଯୁକ୍ତ ଭକ୍ତି   ଭକ୍ତି ନୁହଁ ଭାଇ

   ଯେଉଁଠି ମାଗିବା ଥାଏ

ମାଆ ଜାଣିଛନ୍ତି    ସନ୍ତାନର ସ୍ଥିତି

    ଅଜଣା ତାଙ୍କୁ ନଥାଏ ।।

    

ଯଦି ବି ମାଗିବା ନିଜ ପାଇଁ ନୁହେଁ

    ଜଗତ କଲ୍ୟାଣ ପାଇଁ

ବିକଳ୍ପ ଏଇଟି  ଆଉ କିଛି ନୁହେଁ

    ଏକଥା ଭୁଲିବା ନାହିଁ ।।


ଅସଲ ଧର୍ମର  ତତ୍ତ୍ୱ ହେଜିଲେ ହିଁ

   ନିଷ୍କାମ କଥାଟି ଆସେ

କରମ ଭୂଇଁ ରେ  ସମର୍ପଣ ଦୀପ

    ସିନା ମହ ମହ ବାସେ ।।


ବଳ ପ୍ରୟୋଗରେ ପୂଜା ହୁଏ ନାହିଁ

    ଭେଦା ଚାନ୍ଦା ସବୁ ମାଗି

 ଅସମର୍ଥ ଯଦି   ମାଗିନିଅ ଭାଇ

     ଯାହା ମିଳୁଛି ନ ରାଗି ।।


ଭଙ୍ଗୁର ଜୀବନେ   ସତତ ସ୍ମରଣ

    ହରି ପ୍ରୀତି ସେବା ଭାବ

କରମ ସାଙ୍ଗକୁ     ମଧୁର ବଚନ

     ଭେଟିଦେବ ନିଶ୍ଚେ ଶୁଭ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍