STORYMIRROR

कार्त्तिक सेठी

Inspirational

4  

कार्त्तिक सेठी

Inspirational

ମଧୁମେହ ରୋଗ ପାଇଁ ପଦେ

ମଧୁମେହ ରୋଗ ପାଇଁ ପଦେ

1 min
413

ମିଠା ଖାଇଦେଲେ  ଭାବିବନି କେବେ

    ଆସେ ମଧୁମୟ ରୋଗ

ଆସିଗଲେ ସିନା    ଡାକ୍ତର କହନ୍ତି

    ଏବେଠୁ ମିଠାଟି ତ୍ୟାଗ ।।


ନିଦ ଯଦି ଭାଇ  ପୂରା ହେବ ନାହିଁ

    ଶରୀର ଯିବଟି ଢଳି

ମଧୁମେହ ଭୟ  ଆସିବ ନିଶ୍ଚୟ

    ରୋଗ ହେବ ଭଳି ଭଳି ।।


ଚିନ୍ତା ଘାରି ହେଲେ କୌଣସି ବିଷୟେ

    ଭାରାକ୍ରାନ୍ତ ହେବ ମନ

ମଧୁମେହ ଭୟ    ଆସିବ ନିଶ୍ଚୟ

    'ଏକ' ଯିବ ଘନ ଘନ ।।


ଚୌକିରେ ବସିଲେ ଅଧିକ ସମୟ

    ମୋଟାପଣ ଭାଇ ବଢେ

ବ୍ୟାୟାମ ବିହୀନ ଶରୀରେ ନିଶ୍ଚିତ

     ଶର୍କରା ସ୍ତରଟି ବଢେ ।।


ଉଚିତ ସମୟେ   ଭୋଜନ ଶୟନ

     ପ୍ରସନ୍ନତା ଧରି ମନେ

 ମଧୁମେହ ଦୂର  କରିଦେବା 'ଧୀର'

    ଏଇ କଥା ରଖି ଧ୍ୟାନେ ।।


ସ୍ଵାସ୍ଥ୍ୟ ସୂଚନା ଏ   ମହତ୍ତର ଲାଭ

     ମାନବ ସମାଜ ପାଇଁ

ବୁଝିସୁଝି ଟିକେ  ବାଟ ଚାଲୁଥିଲେ

     ପ୍ରମାଦେ ପଡ଼ିବା ନାହିଁ ।।


ପରିଶ୍ରମ କଲେ   ରକ୍ତ ଖେଳିବୁଲେ

     ଶ୍ରମ ନୁହେଁ କେବେ ଭ୍ରମ

 ଅଳସୁଆ କିବା    ଏ କଥା ବୁଝିବ

      ଶ୍ରମର ସୁଫଳ ମର୍ମ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational