Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

कार्त्तिक सेठी

Children Stories

4  

कार्त्तिक सेठी

Children Stories

ଆହ୍ଲାବାଦର ଆହ୍ଲାଦ ତୁମେ

ଆହ୍ଲାବାଦର ଆହ୍ଲାଦ ତୁମେ

1 min
400


ଆଲ୍ଲାହାବାଦର ଆହ୍ଲାଦ ତୁମେ

ଆନନ୍ଦ ଭବନର ଆନନ୍ଦ ଶିଶୁଟିଏ ,

କୋମଳମତିଙ୍କ ହୃଦୟର ଫୁଲଟିଏ ତୁମେ

ପିଲାମେଳେ ଆଖୁଖିଆ ପିଲାଟିଏ ତୁମେ

ଆଜିର ଦିନରେ ପ୍ରତି ନଭେମ୍ବରେ 

ସବୁଠାରେ ତୁମେ ଓ ତୁମେ ,ତୁମେ ଓ ତୁମେ ।


ତୁମେ ଖାଲି ନଭେମ୍ବରର ନଭର ତାରକା ନୁହଁ ,

ଶତ ଶତ ଶିଶୁର ଅନ୍ତର ତଳର ଅନନ୍ତ ତୁମେ ,

ତୁମେ ସେଇ ହୃତା ଗୋଲାପର ଗୋଲାପଟିଏ ,

ତୁମେ ସେଇ ମୃତା ଗୋଲାପର ଗୋଲାପ ଟିଏ,

ଝଟକୁଥିବ କୋଟି ହୃଦୟର ସ୍ମରଣିକା ପୃଷ୍ଠାରେ ।


ମିଛଟିଏ କହି ଆଉ ମିଛ ନ କହିବାର ଶପଥ ନେଇଛ ,

ସ୍ଵାବଲମ୍ଵୀ ଜୀବନ ଜୀଇଁଛ ,

ଧନର ନଅରରେ ଥାଇ ନିର୍ଧନକୁ ଚିହ୍ନିଛ ,

ଗାନ୍ଧୀଙ୍କୁ ଅନୁସରି ଗାନ୍ଧୀଟୋପି ପିନ୍ଧିଛ ,

ଗାନ୍ଧିବାଦର ଆଦର୍ଶରେ ଭାରତକୁ ଗଢ଼ି

ବିଶ୍ଵ ଦରବାରରେ ଭାରତକୁ ଶିରୋନ୍ନତ କରାଇଛ ।


ତୁମେ ସମସ୍ତ ଦେଶବାସୀଙ୍କୁ 

ଭଲପାଇବା ସଙ୍ଗେ ସଙ୍ଗେ

ଜୟ ଜବାନ୍ ,ଜୟ କିଷାନ୍ ନାରା ଲଗାଇ

ଉଭୟ କୃଷକ ଓ ସୈନିକଙ୍କୁ ଭଲ ପାଇଛ ,

ଶିଶୁ ହସିଲେ ଦୁନିଆ ହସିବ କହିଛ ,

ତଥା ଏକ ନୀତିନିଷ୍ଠ ଶାସକ ଭାବେ ପରିଚୟ ଦେଇ

ଭାରତର ସ୍ଵର୍ଣିମ ପୃଷ୍ଠାରେ ରହିଛ

ସ୍ଵାଧୀନ ଭାରତର ପ୍ରଥମ ପ୍ରଧାନୀ ହୋଇ ।


ଥିଲେ ଥାଉ କେତେ ମତ ଆଉ ପଥ ,

ଅବା ମତାନ୍ତର ,ବିରୋଧାଭାସ ,

ନ ଭୁଲିବ ଏ ଜାତି ,ତୁମ ପ୍ରୀତି କୀର୍ତ୍ତି ,

ହସି ହସୁଥିବ ସବୁ ଶିଶୁ ଦିବସ ,

ପ୍ରତି ବରଷ ,ହୋଇ ହରଷ ।


Rate this content
Log in