STORYMIRROR

कार्त्तिक सेठी

Inspirational

4  

कार्त्तिक सेठी

Inspirational

ରଖିବା ଜାତିର ଲାଜ

ରଖିବା ଜାତିର ଲାଜ

1 min
230

ଜଗନ୍ନାଥ ଧାମ

ପୁଣ୍ୟଭୂମି ନାମ

ଉତ୍କଳ ଆମ ରାଇଜ

ଏ ମାଟି ସଂସ୍କୃତି

ମହାନ ଯେ ଅତି

ରଖିବା ତାହାରି ଲାଜ ।।

ତା' କୋମଳ ଭାଷା

ବିଷାଦେ ମୀମାଂସା

ଚନ୍ଦନ ତା' ପଦ ରଜ

ସମୃଦ୍ଧି ତାହାର

ମୋ' ମାନ ଭଣ୍ଡାର

ରଖିବା ତାହାରି ଲାଜ ।।

ଷଷ୍ଠ ଶାସ୍ତ୍ରୀୟରେ

ଦ୍ଵିତୀୟ ଆର୍ଯ୍ୟ ରେ

ଭାଷା ମୋ' ଅତୁଳନୀୟ

ଭଞ୍ଜ , ଦୀନକୃଷ୍ଣ ଫକୀରମୋହନ

ନାମେ ଆମ ପରିଚୟ ।।

କଥାରେ ନୁହଁଇ

କାମରେ କରିବା

କହି କରିବାଟି ଆଜ ,

ମିଠା କଥା କହି

ଅନ୍ୟେ ନେବା ମୋହି ,

ରଖିବା ଭାଷାର ଲାଜ ।।

ବିଶ୍ଵ ଦରବାରେ

ସେ ଦେଶ ମହତ

ଯେ ଦେଶ ଭାଷାରେ ଉନ୍ନତ

ସ୍ଵାଭିମାନେ ସିଦ୍ଧ

ଜାପାନକୁ ଦେଖ

ଦେଶଟି କିପରି ସମୃଦ୍ଧ !!

'ଇଂଲିଶ୍ ରନ୍' ରେ

ଭୁଲିଛୁ 'ଦୌଡ଼' କୁ

ହରାଉଛୁ ଆମ ଲାଜ

ଭାଷାପ୍ରୀତି ବହ୍ନି

ଜଳାଇ ହୃଦୟେ

ପୂର୍ବ ଗଉରବ ଖୋଜ ॥

ବଢାଇ ପୀରତି

ଗାଇବା ସେ ଗୀତି

ହୃତ ଗଉରବ ଗାଥା ,

କଥାରେ କାମରେ

ଚିନ୍ତା ଚେତନାରେ

ପୂଜିବା ଉତ୍କଳ ମାତା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational