STORYMIRROR

कार्त्तिक सेठी

Abstract

2  

कार्त्तिक सेठी

Abstract

ବଦଳିବା ଆମେ

ବଦଳିବା ଆମେ

1 min
2.9K

ଦେଶ ବଦଳିବ   ଦେଶ ବଦଳିବ

   କହୁଛୁ ସଭିଏଁ ସତ

ନିଜେ ବଦଳିଲେ ବଦଳେ ଜଗତ

   ଏକଥା ଭୁଲିଛୁ ମିତ


କ୍ଷୁଦ୍ରରୁ ମହତ   ସବୁଠି ନିହିତ

   ତତ୍ତ୍ଵେ ଭରା ଏ ଜଗତ

ମିଶି ବିନ୍ଦୁ ବିନ୍ଦୁ  ସମ୍ଭବ ଟି ସିନ୍ଧୁ

    ଏକଥା ନୁହଁ କି ସତ


ବ୍ୟକ୍ତି ଚରିତ୍ରରୁ   ସମାଜ ନିର୍ମାଣ

    ପରିବାର ଭାବ ନେଇ

ମହତ ଚିନ୍ତନେ ଶୁଭ ଦୃଷ୍ଟିକୋଣେ

    ସୃଷ୍ଟି ହୁଏ ସଦା ଜୟୀ


ଶିଶୁ ନୂଆପୀଢ଼ି  ଶିଶୁ ଫୁଲ କଢ଼ି

     ଶିଖାଇ ଗଢ଼ିବା ତାଙ୍କୁ

 ସୁନାର ଭାରତ   ସମ୍ଭବ ନିଶ୍ଚିତ

     ଶିକ୍ଷା ବିହୁନେ ତ୍ରିଶଙ୍କୁ


 ଭୋକ,ଦାରିଦ୍ର୍ୟରେ ଅସ୍ଥିର ଦେଶ ମୋ'

      ସୁଧୁରିବ ନିଶ୍ଚେ ଦିନେ 

 ଲୋଭ ମହାମାରୀ ଦିନେ ଯିବ ମରି

      ସୁଚରିତ୍ରର ଗଠନେ


ଚାହିଁ ଦେଖ ଥରେ ସାରା ଜଗତରେ

    ଯେ ଦେଶ ଉନ୍ନତ ବେଶି

ଏକତା ମନ୍ତ୍ର ଓ ଦେଶପ୍ରୀତି ଡୋରେ

    କର୍ମଠ ସେମାନେ ବେଶି


ଉଚ୍ଚ ନୀଚ୍ଚ ଭାବ  ତାଙ୍କଠି ନ ଥାଏ

    ପରସ୍ପରେ ପ୍ରେମ ଦ୍ୟନ୍ତି

 କର୍ମେ ବ୍ୟସ୍ତ ଥିଲେ କୁକର୍ମେ ମାନସ

    ଲିପ୍ତ ନ ହେବାର ରୀତି


ବଦଳିବା ଆମେ ବଦଳେଇ ଦେବା

     ସଠିକ୍ ମାର୍ଗଦର୍ଶନେ

ଚିନ୍ତା ,ଚେତନା ଓ ବିପ୍ଳବର ଧାରା

     ଫୁଟାଇ ପ୍ରତି ସ୍ପନ୍ଦନେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract