STORYMIRROR

कार्त्तिक सेठी

Others

3  

कार्त्तिक सेठी

Others

ଶବ୍ଦ'ତୁମ ପରିଚୟ ,କବି

ଶବ୍ଦ'ତୁମ ପରିଚୟ ,କବି

1 min
193

ଆଉ ଲୋଡ଼ା ନାହିଁ ତୁମ

ଗୋତ୍ର ଅବା ପରିଚୟ 

ଶବ୍ଦେ ତୁମ ଥାଏ ଲୟ

ଶବ୍ଦ ତୁମ ପରିଚୟ ।।୦।।


ଶବ୍ଦ ତୁମ ପରିଚୟ

ତେଣୁ କରେ ଜୟ ଜୟ 

ପ୍ରେମର ଗନ୍ତାଘରେ ତୁମେ ..

ଲୁକ୍କାୟିତ ହୀରକ ବା ମଣି(୨ଥର)

ଭାବ ତୁମ ଅମୂଲ୍ୟ ଅଜେୟ 

ଭାବ ତୁମ ଅମୂଲ୍ୟ ଅଜେୟ ।।୧।।


ପଦାର୍ଥର ଚତୁର୍ଥ ଅବସ୍ଥା, ପ୍ଲାଜମା ପରି

ନିରେଖିଥାଅ ତୁମ ଚତୁର୍ଥ ନୟନେ 

ବିଚରଣ କର ଭାବ ବୃନ୍ଦାବନେ

ପୀୟୂଷ ର ସ୍ପର୍ଶ ଭରି ଆୟୁଷ ଉଦ୍ଦାମେ ..(୨ଥର)

ଜୀବନ ସଂଗୀତ ଗାଅ

ନିଜ ସୁଖ ସତେ ଭୁଲିଯାଅ 

ଏଣୁ ବନ୍ଦୁଅଛି କବି ତୁମ ,

ପଦେ ଗାଇ ଜୟ ଜୟ ।।୨।।


ଶବ୍ଦେ ତୁମ ଥାଏ ଲୟ

ଶବ୍ଦ ତୁମ ପରିଚୟ ।।୦।।


ଶବ୍ଦ ତୁମ ପରିଚୟ

ତା'ଠୁ ସବୁ ଅନୁମେୟ

ଏଇ ଲୋକେ ରହିଥାଇ

ଚିନ୍ମୟ ଲୋକେ ପହଞ୍ଚି ଯାଅ 

ଯା' ଦେଖନ୍ତି ଲୋକେ... (୨ଥର)

ତୁମେ ଅନ୍ୟ ଦେଖିଥାଅ

ସାମାଜିକ ବ୍ୟାଧିନାଶିନୀ

ବୀଜ ପୋତିଦିଅ ପ୍ରତିଟି ପ୍ରାଣରେ

ଯା' ପାଇଁ କରେ ମୁଁ ଜୟ ଜୟ ।।୩।।


ଶବ୍ଦେ ତୁମ ଥାଏ ଲୟ

ଶବ୍ଦ ଏକା ତୁମ ପରିଚୟ 

ଶବ୍ଦ ଏକା ତୁମ ପରିଚୟ...।।



Rate this content
Log in