STORYMIRROR

कार्त्तिक सेठी

Others

3  

कार्त्तिक सेठी

Others

ପ୍ରାର୍ଥନା

ପ୍ରାର୍ଥନା

1 min
182

ଜିଜ୍ଞାସୁ ନେତ୍ର ମୋ' ସବୁଠି ଖୋଜୁଛି

     ହେ ପରମ କାରୁଣିକ

ପଦେ ପଦେ ତୁମେ ସବୁ ତ ଦେଉଛ

    ହେଲେ କିଆଁ ମାଗେ ଭିକ !!


ଈର୍ଷାକାତର ମୁଁ    ହୁଏ କିଆଁ ପ୍ରଭୁ

     ଦେଖିଲେ କାହାର ଶୁଭ

ତ୍ରିଗୁଣ ବୈଭବୁ   ବାଣ୍ଟି ଦେଇଅଛ

     ପାଉଅଛି କେଉଁ ଲାଭ !!


ଯେଉଁ ବୈଭବରେ   ରହିଛ ଅସ୍ପଷ୍ଟ

     କେମିତି ପାଇବି ପ୍ରୀତି

 ମଉନେ ରହିଲେ   ଠକି ଦେଉଅଛ

   ଜନେ ଜନେ ଖୋଜେ ଜ୍ୟୋତି ।।


ଦୟାକର ହରି   ଆହେ ବଂଶୀଧାରୀ

    ନକାରାତ୍ମ ଭାବ ନିଅ

ମଙ୍ଗଳ ଆଳତି    କରୁଛି ପ୍ରଭାତେ

     ସକାରାତ୍ମ ଭାବ ଦିଅ ।।


ଜଗତ ଜନଙ୍କ  କଲ୍ୟାଣ ମନାସି

     ନିତି ବାଣ୍ଟୁଥିବି ସୁଖ

 କୃପା ଟିକେ କଲେ  ଯିବିନି ପାସୋରି

     ହରିନାମ ମହାସୁଖ ।।


ଦୀନବନ୍ଧୁ ତୁମେ   ପରମ ଦୟାଳୁ

    କୃପାସିନ୍ଧୁ ଭକ୍ତ ପ୍ରାଣ

ଉଦ୍ଧାର କାର୍ଯ୍ୟ ରେ କୃପଣତା କଲେ

     ରହିବ କି ତୁମ ଟାଣ ।।


ତ୍ରିଗୁଣ ଫାଶରେ  ବନ୍ଧା ଆଜି ମୁହିଁ

     ଭୁଲ୍ କରିବସେ ନିତି

ଏହିକଥା ଜାଣି   ଆଶାକୁ ନ ଛାଡ଼ି

     ହୃଦୟେ ବାନ୍ଧିଛି ପ୍ରୀତି ।।


Rate this content
Log in