STORYMIRROR

कार्त्तिक सेठी

Abstract

2  

कार्त्तिक सेठी

Abstract

ଘାସ ଫୁଲ

ଘାସ ଫୁଲ

1 min
449

ଘାସ ଫୁଲ ଟିଏ ମୁଁ

ସୁଲୁ ସୁଲୁ ବାଆରେ ଦୋହଲୁଥାଏ

ପଡ଼ି ଯିବାର ଲୟ ନାହିଁ 

କି ଉଡ଼ି ଯିବାର ଭୟ ନାହିଁ


ମୋ ନୁଆଁଣିଆ ପୃଥିବୀର ଦୃଶ୍ୟ ଦେଖେ

ଗୁଣ୍ଡୁଚି ଭାଇର ଖେଳ, 

ପିମ୍ପୁଡ଼ି ନାନୀର ମେଳ 

ଭାରି ଭଲ ଲାଗେ ମୋତେ


 ପ୍ରକୃତି ହସରେ ହସେ  

 ସ୍ପୃହା ନାହିଁ ଆନ ରସେ,

 ନିଠୁର ତିମିରକୁ ଚିରି

 ନିଥରକୁ ନିରେଖି 

 ମୌନ ସଂଗୀତ ଗାଏ ଏକା ଏକା


 ମନରେ ନ ରଖି ଦକା

 ମୁଁ ମୋଠୁ ସୃଜାଏ ବୀଜକୋଶ

 ଆଉ ବୀଜକୋଶରୁ ହସ 

       ସମର୍ପଣର ରଙ୍ଗରେ


ଖୁସି ଟିକେ ବିଞ୍ଚିଦେବି ବୋଲି

   ସ୍ଵକୀୟ ରଙ୍ଗ ଦେଇ

   ବିଶ୍ୱାସର ଧାରେ

   ଦୋହଲି ଦୋହଲି

ନିରେଖି ରହିଛି ସୁନେଲି ସକାଳ ପାଇଁ


 ଝଡ଼ ବତାସର ଭୀମ ଗର୍ଜନକୁ

 କୁଆପଥର ର କ୍ରୁର ବର୍ଷଣକୁ

    ସହିଯାଇ ପଥିକର ତୃପ୍ତି ପାଇଁ

 ନୀରବ ଭାଷା ମୋର ସଞ୍ଚରି ଯାଏ 

   ମୋ ପାଖୁଡ଼ାର ପ୍ରତିଟି ବିନ୍ଦୁରେ 

     ହସି ହସେଇବାର ସୌରଭ ନେଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract