STORYMIRROR

कार्त्तिक सेठी

Abstract

2  

कार्त्तिक सेठी

Abstract

ବ୍ୟାକରଣ ଓ ସାହିତ୍ୟ

ବ୍ୟାକରଣ ଓ ସାହିତ୍ୟ

1 min
447

ଶୁଦ୍ଧ ଉଚ୍ଚାରଣ   ପାଇଁ ବ୍ୟାକରଣ

    ହୋଇଛି ସାହିତ୍ୟେ ଥୁଆ 

ହ୍ରସ୍ଵ ଇ' ଦୀର୍ଘ ଈ' ହ୍ରସ୍ଵ ଉ' ଦୀର୍ଘ ଊ'

    ତିନି ଶ'ର ବହେ ବାଆ


ତିନି_ଶ' ଜାଗାରେ ଦପ ଦପ କରି

      ଦିଶନ୍ତା କି କ୍ରମ ଧରି

  ତିନି ମହାଗୁରୁ  ଲେଖାରେ ଆସନ୍ତେ

      ହୋଇପଡ଼ନ୍ତା ଗୋ ବାରି


 ପ୍ରଥମରେ ଆସେ ତାଳବ୍ୟଶ ଯେଣୁ

     ଲେଖିଦେଲି ଚଟାପଟ୍

 ବୁଝାଇବି କ'ଣ ବୁଝିନେବେ ଭାଇ 

     ରଖିବନି, କିନ୍ତୁ, ବଟ୍(but)

      

ତାଳୁରୁ ବାହାରେ  ଯେଣୁ ତାଳବ୍ୟଶ 

     ମୃଦ୍ଧନିରୁ ମୃଦ୍ଧନେଷ

ଦନ୍ତରୁ ଲାଗିକି       ଉଚ୍ଚାରଣ ସିଦ୍ଧ

     ନାମ ଅଟଇ ଦନ୍ତ୍ୟସ


ଦୁଃଖ , ଦୁଃଶାସନେ ବିସର୍ଗ ଭାଇଟି

     ଗମ୍ଭୀର ହୁଅଇ ଦେଖ

 ବିସର୍ଗ ରହିତେ ଦୁଖ, ଦୁଃଖ ନୁହେଁ

      ନ ଥାଏ ତା' ରୂପରେଖ


ଇଂରାଜୀକୁ ଦେଖ   ଗ୍ରାମାର୍ ଅଛି ତା'

     ବନାନ ଯେ ସ୍ଵର ନେଇ

ଉଚ୍ଚାରଣ ସୂତ୍ର     ଫନେଟିକ୍ସ୍ ବିଦ୍ୟା

     ଜାଣିଥିଲେ ମଜା ପାଇ


ପ୍ରତି ଭାଷାଶାସ୍ତ୍ରେ   ବ୍ୟାକରଣ ସ୍ଥିତ

    ଏକଥା ଭୁଲିବା ନାହିଁ 

ସମ୍ମାନ କରିବା  ଶିଖିବା,ଲେଖିବା

    ନିୟମକୁ ତା'ର ଭାଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract