STORYMIRROR

Paresh Kumar Biswal

Fantasy Others

3  

Paresh Kumar Biswal

Fantasy Others

ଶୀତଳ ପବନ

ଶୀତଳ ପବନ

1 min
846


ଗ୍ରୀଷ୍ମ ଋତୁରେ ଏ ଶୀତଳ ପବନ

ମନ ମୁଗ୍ଧ କରି ଯାଏ,

ଅନ୍ଧାର ରାତ୍ରୀର ଭୟାନକ ଶବ୍ଦ

ଛାତିରେ ଛନକ ଥାଏ।

ରୁଣୁଝୁଣୁ ସ୍ୱର ଆସେ ଚାରି ଆଡୁ

ଲାଗେ କିଏ ମୋତେ ଦେଖେ,

ବୃକ୍ଷ ଲତା ଆଦି ହସିକି କୁହନ୍ତି

ଆମେ ଅଛୁ ତୋର ପାଖେ।

ନିର୍ଜନ ରାତ୍ରିରେ ଏକା ରହି ପୁଣି

ଶୟନ କିମ୍ପାଇଁ କରୁ,

ମୁକ୍ତ ଆକାଶର ଶୋଭାକୁ ମୁଁ ଦେଖି

ବାହାରି ଆସିଛି ଘରୁ।

ଶୀତଳ ପବନ ବହିବା ମାତ୍ରକେ

ଆସେ କେତେ ନୂଆ ଆଶା,

ମନରେ ଉଲ୍ଲାସ ଭରି ଦେଇ ପୁଣି

ବୁଝେ ମୋ ମନର ଭାଷା।

ପରେଶ କୁମାର ବିଶ୍ବାଳ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy