STORYMIRROR

Paresh Kumar Biswal

Abstract

2  

Paresh Kumar Biswal

Abstract

ଏକ ଅନୁଭବ

ଏକ ଅନୁଭବ

1 min
172

ମୟୂରୀ ପରି ତୋ ରୂପ ଯଉବନ

ହରିଣୀ ପରି ତୋ ଆଖି,

କୋକିଳ ପରି ତୋ ସ୍ୱର ସଂଯୋଜନା

ଚାହିଁଲେ ରହିଛି ଦେଖି

କେଉଁ ଧାତୁ ଦେଇ ଗଢା ତୋ ଶରୀର

ବର୍ଣନା ହେଉନି କରି,

ସୁନା ଚାନ୍ଦି ପରି ଚମକୁଛି ପରା

ଲାଗୁ ତୁ ଦିବ୍ୟ ସୁନ୍ଦରୀ

ଆଖିରେ ଆଖିରେ କଥା ହେଉଥିଲା

ପ୍ରେମର ଆରମ୍ଭ ପାଇଁ,

ଓଠରେ ହସର ଲହରୀ ବହିକି

ସ୍ୱାଗତ କରଇ ଯାଇ

ସଙ୍କେତ ଆସିକି ହୃଦୟରେ ବାଜେ

ସ୍ପନ୍ଦନ ବଢ଼ାଇ ଥାଇ,

ତୁମ ସହ ମୋର ଦେଖା ହେଲା ପରେ

ପ୍ରେମକୁ ଜାଣିଲି ମୁହିଁ

ମଧୁର ଅଟଇ ଏହି ଅନୁଭବ

ବିଶ୍ୱାସ ହୁଅଇ ନାହିଁ,

ପ୍ରେମ କରି ମୁହିଁ ଅଙ୍ଗେ ଲିଭଉଛି

ଖୁସିର ସୀମା ବି ନାହିଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract