STORYMIRROR

Paresh Kumar Biswal

Classics

2  

Paresh Kumar Biswal

Classics

ବିଚିତ୍ର ଏ ଲୁହ

ବିଚିତ୍ର ଏ ଲୁହ

1 min
168


ଜୀବନ ପଥରେ      ଏକା ଚାଲି ଚାଲି

       ହାରି ମୁଁ ଗଲିଣି ଥକି,

କେତେ ଲୁହ ଆଉ     କେତେ ଯେ ଯନ୍ତ୍ରଣା

      ରହିଛି ମୋ ପାଇଁ ବାକି।


ଲୁହ ଲହୁ ଯେବେ     ମିଶି ଏକ ହୁଏ

       ଦରଦ ଯାଉଛି ବଢି,

ଯନ୍ତ୍ରଣା ଦାଉରୁ      ମୁକ୍ତି ପାଇଁ କି ଯେ

      ମିଛେ ଫୁଟେ ହସ କଢି।


କେତେବି କାନ୍ଦିଲେ    କେତେବି ଝୁରିଲେ

      ବେଦରଦି ଫେରେ ନାହିଁ,

ନିଜର ଲୁହକୁ       ନିଜେ ହିଁ ପୋଛିବି

      କାହିଁ ରୁହେ ବାଟ ଚାହିଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics