ବିଚିତ୍ର ଏ ଲୁହ
ବିଚିତ୍ର ଏ ଲୁହ
ଜୀବନ ପଥରେ ଏକା ଚାଲି ଚାଲି
ହାରି ମୁଁ ଗଲିଣି ଥକି,
କେତେ ଲୁହ ଆଉ କେତେ ଯେ ଯନ୍ତ୍ରଣା
ରହିଛି ମୋ ପାଇଁ ବାକି।
ଲୁହ ଲହୁ ଯେବେ ମିଶି ଏକ ହୁଏ
ଦରଦ ଯାଉଛି ବଢି,
ଯନ୍ତ୍ରଣା ଦାଉରୁ ମୁକ୍ତି ପାଇଁ କି ଯେ
ମିଛେ ଫୁଟେ ହସ କଢି।
କେତେବି କାନ୍ଦିଲେ କେତେବି ଝୁରିଲେ
ବେଦରଦି ଫେରେ ନାହିଁ,
ନିଜର ଲୁହକୁ ନିଜେ ହିଁ ପୋଛିବି
କାହିଁ ରୁହେ ବାଟ ଚାହିଁ।