STORYMIRROR

Paresh Kumar Biswal

Inspirational

2  

Paresh Kumar Biswal

Inspirational

ରାତିର ରାଜା

ରାତିର ରାଜା

1 min
13.8K



ମୋହର ସପନ ମୋହର ଜୀବନ

ମୋହରି ଧନ ସମ୍ପତି,

ମୋହର ନିଶ୍ୱାସ ମୋହର ବିଶ୍ୱାସ

ଥାଇ ପହେ ମୋର ରାତି।


ଅନ୍ଧାର ରାତିର ରାଜକୁମାର ମୁଁ

ନାହିଁ ଅନ୍ୟ ପରିଚୟ,

ସେହି ଦୁନିଆରେ ଶାସନ ମୁଁ କରି

ରୁହେ ସଦା କର୍ମମୟ।


ସଙ୍ଗୀତ,କବିତା ଦୁହେଁ ମୋର ପ୍ରଜା

ଦୁଃଖେ ସୁଖେ ସାଥେ ରୁହେ,

ବନ୍ଧୁ ପରିଜନ ପାଖରେ ନଥିଲେ

ସ୍ୱର ଗଙ୍ଗା ଆସି ବହେ।


ନୀତି ବହି ଆସି ଅସରନ୍ତି ଶବ୍ଦ

ମନେ ମନେ ବାଜି ଯାଏ,

ସଜାଡୁ ସଜାଡୁ ଅସଯଡା ଶବ୍ଦ

କବିତାର ରୂପ ପାଏ।


ପରେଶ କୁମାର ବିଶ୍ବାଳ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational