Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Paresh Kumar Biswal

Inspirational

3  

Paresh Kumar Biswal

Inspirational

ବୃକ୍ଷ ରୋପଣ

ବୃକ୍ଷ ରୋପଣ

1 min
382


ଆଜିକାର ଶିଶୁ     କାଲିର ଭବିଷ୍ୟ

    ବୋହୁଛନ୍ତି କାନ୍ଧେ ଭାର

ନିଜର ଜୀବନ     ସୁରକ୍ଷା ସହିତ

     ରଖନ୍ତି ଜୀବ ବୃକ୍ଷର ।

ପ୍ରତ୍ୟେକ ଛାତ୍ର ଯେ   ପ୍ରତି ଦିନ ଯଦି

    ଲଗାଇବ ଗୋଟେ ବୃକ୍ଷ

ଧରଣୀ ମାଆର     ପ୍ରିୟ ହେବ ସବୁ

   କେବେ ସେ ନ ହେବେ ରୁକ୍ଷ ।

ପ୍ରତି ଦିନ ଯେତେ    ବଢି ଚାଲୁ ଅଛି

    ମୋଟର ଯାନର ସଂଖ୍ୟା

ସେତିକି କଟୁଛି     ବୃକ୍ଷ ପ୍ରତିଦିନ

    କେହି ନ କରନ୍ତି ରକ୍ଷା ।

ସମସ୍ତେ ଜାଣନ୍ତି     ସମସ୍ତେ ବୁଝନ୍ତି

    କେହି ନ ରହିବା ଆମେ

ତଥାପି କାହିଁକି     ବୃଥା ଅଭିମାନେ

     ବଞ୍ଚୁଛନ୍ତି ପ୍ରତି ଦିନେ ।

ବୃକ୍ଷର କ୍ଷୟରେ     କ୍ଷୟ ହୁଏ ପରା

     ମୃତ୍ତିକା ମାଆର ଆୟୁ

କେମିତି ସୁରକ୍ଷା     ଦେବ ସେହି ମାଆ

     ନଥିବ ଯଦି ଯେ ବାୟୁ ।

ବାୟୁ ପାଇଁ ପରା    ବୃକ୍ଷ ଆବଶ୍ୟକ

    ତାହା ବି ଧରାରେ ନାହିଁ

ଗୋଟିଏ ବୃକ୍ଷରେ    ଅସଂଖ୍ୟ ଜୀବନ

    ବଞ୍ଚି ରୁହେ ତାହା ପାଇଁ ।

ସମସ୍ତେ ଲଗାଅ     ଗୋଟେ ବୃକ୍ଷ ନୀତି

    ଅନୁରୋଧ ମୋର ପରା

ଆମର ଗୋଟିଏ     ପଦକ୍ଷେପ ପାଇଁ

     ସୁନ୍ଦର ହୋଇବ ଧରା ।


Rate this content
Log in

Similar oriya poem from Inspirational