ପବନ
ପବନ
1 min
234
ବେପରୁଆ ମନ ଘୁରେ
ନିତି ପ୍ରଭାତରେ,
ଘୁରି ଘୁରି ଲାଖି ଯାଏ
ବୈଶାଖୀ ବାୟୁରେ।
ସୁଲୁ ସୁଲୁ ବହୁଥାଏ
ଧରାରେ ପବନ,
ଆନନ୍ଦିତ ହୋଇ ଯାଏ
ମତୁଆଲା ମନ।
ଶିହରଣ ସୃଷ୍ଟି ହୁଏ
ଶରୀରେ ମୋହର,
ଇଛା ହୁଏ କିଛି କ୍ଷଣ
ହେଇଯିବି ତାର।
ବାହୁରେ ମୋ ଧରି ନେଇ
ସାଉଁଟି ରଖିବି,
ତା ସାଥିରେ ମୋର କିଛି
ସ୍ମୃତି ତୋଳି ନେବି।
କାଳ ବୈଶାଖୀର ଏ କି
ଅପୂର୍ବ ସନ୍ଦେଶ,
ଗ୍ରୀଷ୍ମର ପୀଡାରୁ ଆଣି
ମୁଖେ ଭରେ ହସ।