STORYMIRROR

Paresh Kumar Biswal

Others

3  

Paresh Kumar Biswal

Others

ପବନ

ପବନ

1 min
238


ବେପରୁଆ ମନ ଘୁରେ 

               ନିତି ପ୍ରଭାତରେ,

ଘୁରି ଘୁରି ଲାଖି ଯାଏ 

              ବୈଶାଖୀ ବାୟୁରେ।

ସୁଲୁ ସୁଲୁ ବହୁଥାଏ 

              ଧରାରେ ପବନ,

ଆନନ୍ଦିତ ହୋଇ ଯାଏ

              ମତୁଆଲା ମନ।

ଶିହରଣ ସୃଷ୍ଟି ହୁଏ  

              ଶରୀରେ ମୋହର,

ଇଛା ହୁଏ କିଛି କ୍ଷଣ 

              ହେଇଯିବି ତାର।

ବାହୁରେ ମୋ ଧରି ନେଇ

              ସାଉଁଟି ରଖିବି,

ତା ସାଥିରେ ମୋର କିଛି 

              ସ୍ମୃତି ତୋଳି ନେବି।

କାଳ ବୈଶାଖୀର ଏ କି 

              ଅପୂର୍ବ ସନ୍ଦେଶ,

ଗ୍ରୀଷ୍ମର ପୀଡାରୁ ଆଣି 

             ମୁଖେ ଭରେ ହସ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍