STORYMIRROR

Paresh Kumar Biswal

Others

5.0  

Paresh Kumar Biswal

Others

ସେଲିଫି ଦୁନିଆ

ସେଲିଫି ଦୁନିଆ

1 min
174


ଦୁନିଆଁରେ ଏବେ ଯଥେଷ୍ଟ ଚାଲିଛି

ସେଲିଫି ଫୋଟୋର ରାଜ୍,

ପିଲାଠାରୁ ବୁଢ଼ା ମଜେଇ ନିଅନ୍ତି

ହୋଇ କେତେ ସଜବାଜ୍।

ସେଲିଫି ପାଇଁଙ୍କି ମାନନ୍ତିନି କିଛି

ବେଳ ଅବେଳକୁ କେହି,

ଫୋଟୋକୁ ଉଠେଇ ଷ୍ଟାଟସ ଦିଅନ୍ତି

ଖୋଲି ନୀତି ମୁଖବହି।(Facebook)

ଅଜବ ଗଜବ ମୁଖ ଭଙ୍ଗୀ ଦେଇ

ଉଠାନ୍ତି ଫୋଟୋକୁ ନୀତି,

କମେଣ୍ଟ ପାଇଁଙ୍କି ଅପେକ୍ଷା କରିକି

ଚାହିଁ ଥାନ୍ତି ଦିନ ରାତି।

କାମ ଧନ୍ଦା ସବୁ ଅଧାରେ ଛାଡିକି

ଉଠାନ୍ତି ସେଲିଫି ସ୍ମୃତି,

ପାଠ ପଢା ସବୁ ଚୁଲିରେ ମାଡିକି

ଛୁଆ ବି କରନ୍ତି ଖଟି।

ଯୁବ ପିଢ଼ି ସବୁ ମଜି ନେଉଛନ୍ତି

ସେଲିଫି ଦୁନିଆଟିକୁ,

ଡର ଭୟ ଛାଡି ସେଲିଫି ନିଶାରେ

ଚଢନ୍ତି ଗିରୀ ଶୃଙ୍ଗକୁ।

ପୁଣି କେତେବେଳେ ଟିକେ ମଜା ପାଇଁ

ବାଜି ଲାଗେ ଜୀବନଟି,

ସର୍ତ୍ତକୁ ଜିତିବା ନିଶାରେ କେତେକ

ଜୀବନ ବି ହାରି ଥା'ନ୍ତି।

ପରେଶ କୁମାର ବିଶ୍ବାଳ


Rate this content
Log in