STORYMIRROR

Paresh Kumar Biswal

Others

2  

Paresh Kumar Biswal

Others

ମନେ ପଡେ କାହିଁ

ମନେ ପଡେ କାହିଁ

1 min
13.3K


ମନେ ପଡ କାହିଁ ପ୍ରିୟା

ରାତି ପାହି ଗଲେ,

ପାଖରେ ତ ନାହଁ ହେଲେ

ଝୁରି ଝୁରି ଚାଲେ।

ତୁମ ବିନା ସପନବି

ଫିକା ଫିକା ଲାଗେ,

ତୁମ ପାଇଁ ଚନ୍ଦ୍ରମା ବି

ନିତି ଆସି ଜଗେ।

ତୁମେ ଥିଲେ ପାଖେ ସାଥୀ

ବାଟ ସରେ ନାହିଁ,

ଦୀର୍ଘ ପଥ ମାଡି ଯାଏ

ଆଗକୁ ମୁଁ ଚାହିଁ।

ହାତ ଧରି ଚାଲୁଥିବା

ଜୀବନ ପଥରେ,

ସାଥୀ ହୋଇ ରହି ଥିବା

ମରଣ କାଳରେ।

ଇଚ୍ଛା ମୋର ରହିଥିଲା

ସାଥେ ସଦା ଥିବି,

ଆପଦ ବିପଦ ବେଳେ

ସମ୍ମୁଖେ ମୁଁ ଯିବି।

ଆସିବନି ଝଡ଼ କେବେ

ଆମ ଦୁନିଆରେ,

ଢାଲ ହୋଇ ଥିବି ରହି

ତୁମରି ଆଗରେ।

ଅନେକ ସପନ ସାଥୀ

ସାଇତି ମୁଁ ଥିଲି,

ଅଦିନ ଶ୍ରାବଣ ନାଁ ରେ

ଭସେଇ ମୁଁ ଦେଲି।


ପରେଶ କୁମାର ବିଶ୍ବାଳ


Rate this content
Log in