ବିଡ଼ମ୍ବନା
ବିଡ଼ମ୍ବନା
ନୀଳ ଆକାଶ ତଳେ
ଉଡୁଥିବା "ସୁନା ଚଢେଇ ଟା"
ସ୍ୱପ୍ନର ନିଡ଼ଟିଏ ଖୋଜୁ ଖୋଜୁ
କେତେବେଳେ ଯେ ,
ବାଟ ବଣା ହୋଇ
ଆବଦ୍ଧ ହୋଇଗଲା ପଞ୍ଜୁରି ଭିତରେ
ଭାବିବାକୁ ଆଉ ବେଳ ନ ଥିଲା l
ନିମିଷକ ମଧ୍ୟରେ
ସବୁ ଯେମିତି ଓଲଟ ପାଲଟ ହୋଇଗଲା l
ସବୁ ସ୍ୱପ୍ନ ତାର
ଭାଙ୍ଗି ଚୁର ମାର ହୋଇଗଲା l
ଖୋଲା ଆକାଶ
ଦୂର ଦିଗବଳୟ
ସୂର୍ଯ୍ୟ ଆଲୁଅ ଚନ୍ଦ୍ରର ଶୀତଳ ବାସ୍ନା
ମୃଦୁ ସମୀରଣ,
ଆଉ ଗଛର ନିଡ଼
ସବୁ ଯେମିତି ଥିଲା
ତା ଠାରୁ ଅନେକ ଦୂର ରେ l
ଖାଲି ପଞ୍ଜୁରି ଭିତରେ ଥିଲା
ରକ୍ତ ଜୁଡୁବୁଡୁ
ଅର୍ଦ୍ଧ ପ୍ରସାରିତ ଡେଣା
ଅସହାୟତା ରାବ
ଆଉ ଗୋଟେ ପରାହତ ମନ l
ସେ ବୁଝି ପାରୁନଥିଲା
ଅନ୍ୟ ପକ୍ଷୀ ମାନେ ତ
ତା ପରି ଆବଦ୍ଧ ହୋଇ ନାହାନ୍ତି
ହେଲେ ତା ପାଇଁ
ଏ ବିଡମ୍ବନା କାହିଁକି?
କି ଦୋଷ ଥିଲା ତାର ?
ଜାଣେ ମୁକ୍ତି ଆଉ
ମିଳିବନି କେବେ ତାକୁ
ହେଲେ ଅବା ମିଳିଯାଉ
ମୃତ୍ୟୁ ...।
