ସ୍ତ୍ରୀଲୋକ
ସ୍ତ୍ରୀଲୋକ
1 min
184
ଖଣ୍ଡ ଖଣ୍ଡ କରି ତୁମର ପ୍ରତ୍ୟେକ ଶୂନ୍ୟତାରେ
ନିଜକୁ ଖଞ୍ଜି ସାରିବା ବେଳକୁ ମୁଁ
ଗୋଟେ ଅର୍ଦ୍ଧ ରାତ୍ରିର ନିରବତା ।
ଅଥଚ ତୁମେ ପୁର୍ବବତ ନିଶ୍ଚପ(nischup) ଛିଡା ହେଇ ଥିବା ବତୀଖୁଣ୍ଟ ।
ଭୋର ବେଳା ହାତ ଛାଡେ ସ୍ବପ୍ନ ଭାଙ୍ଗେ
ତୁମେ କିନ୍ତୁ ଶୋଇଥାଅ ନିଘୋଡ଼ ନିଦରେ ,
ଭାଙ୍ଗି ଯାଇଥିବା ବିଶ୍ୱାସକୁ
ଯୋଡ଼ା ଯୋଡି କରି ଚାଦର ଭଳି
ଘୋଡେଇ ହେଇଥାଅ,କେବଳ
ମୁଁହଟି ଦିଶୁଥାଏ
ଠିକ୍ ବାକ୍ୟ ମଝିର କମା ଭଳି ।
କେତେଆଉ ବଞ୍ଚିହବ ଯେ
ତୁମ ଅବିଶ୍ୱାସର ମୋହ ରେ ?
ତୁମ ତୀକ୍ଷ୍ନ ସ୍ୱରକୁ କେତେ ବା ଆଉ ବରଦାସ୍ତ କରି ହବ !
ତୁମର ସବୁଯାକ ଶୁନ୍ୟତାକୁ
ନିଜ ଉପରେ ଛିଞ୍ଚି ସାରିବା ପରେ
ବି ବାକି ଥାଏ କିଛି ଚପଳତା,
କିଛି ଅସ୍ତ ସୂର୍ଯ୍ୟର କିରଣ ।
ସେତିକି ବି ଯଥେଷ୍ଟ
ନିଜପାଇଁ ଗଢିବାକୁ ଗୋଟେ ରଙ୍ଗିନ ଆକାଶ ।।