ନିଜସହ ରମଣ ର ବେଳ
ନିଜସହ ରମଣ ର ବେଳ

1 min

266
ନିଜ ପରି କାହାକୁ ଭେଟିବାର
ସମୁଦ୍ରେ ଈଛା ନେଇ
ନିଜକୁ ପିଠି କରି ତିଆରି ଥିଲି
ବଳୟ ଟିଏ ଏକାନ୍ତ ରେ ।
ଆଲିଙ୍ଗନ ରେ ହଜିବା ବେଳେ
ଋତୁମତୀ ର ଦିହ କୁ ନିବିଡ଼ତା ରେ
ବାନ୍ଧି ରଖିଥିଲି ଛାତିରେ ।
କିଛି ବାସ୍ନା ଚହଟି ଥିଲା,
ମହକି ଥିଲା ସବୁଠି ।
ଗୋଟାଏ ସଞ୍ଜ ବି ଅୟୁତ
ଆୟୁଷ ନେଇ ଗୋଟେଇ ଥିଲା
ଯେତେସବୁ ବାକିଆ ପାଉଣା ।
ସାରା ଦିହ ଫୁଙ୍ଗୁଳା !
ଲସର ପସର ପାପୁଲିଏ ଲାଜ କୁ
ଦେହରେ ଛାଉଣୀ କରି ସାରିବା
ବେଳକୁ କାକସ୍ନାନ ର ସମୟ ,
ସ୍ୱପ୍ନଭଙ୍ଗ ର ମୁହୂର୍ତ୍ତ ।
ନିଜକୁ ପୋଛି ପାଛି ନିଜ ଭିତରେ
ନିର୍ଦ୍ୱନ୍ଦ ରେ ଥାପି ଫେରି ପଡିଲି ତ
ଭୃଲତା ମଝିରେ
ଠୋପାଏ ସିନ୍ଦୁର ଭଳି ଝଟକୁଥିଲା
ସୂର୍ଯ୍ୟ ।ନିଜ ସହ ଏକ
ଚମତ୍କାର ରମଣ ପରେ
ସବୁକିଛି ସ୍ଥିର,ପୂର୍ଣ୍ଣତା ର ଫୁଲପକା
ବିଛଣା ଚାଦର ଟେ ଭିଡି ଧରିଥିଲା
ସବୁଯାକ ଦିହ ।।