Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବବିତା ମହାପାତ୍ର

Inspirational Others

3  

ବବିତା ମହାପାତ୍ର

Inspirational Others

ଖଞ୍ଜାଖଞ୍ଜି ଦୁଃଖ

ଖଞ୍ଜାଖଞ୍ଜି ଦୁଃଖ

1 min
178



କିଏ ଖଞ୍ଜିଛି କେଜାଣି

ଦୁଃଖ ଉପରେ ଦୁଃଖକୁ !

ତଳେ ନିରାସକ୍ତ ମାନମୟୀ ପୃଥିବୀ

ଉପରେ ଅପରିସୀମ ଆକାଶ 

ଆଉ ମଝିରେ ଶୂନ୍ୟ ଅବଧୂତ ।


ଦୁଃଖକୁ ବାଟ କଢେଇ ନଉଚି ଦୁଃଖ

ଦିଗବଳୟରେ ଲୁଚି ଦେଖୁଚି ସୁଖ,

ତା' ଭିତରେ ଉଡି ଯାଉଛି ଜୀବନ ।

ଆକାଂକ୍ଷିତ ମୁହୂର୍ତ୍ତମାନଙ୍କୁ ହରେଇ

ଭାଙ୍ଗି ପଡୁଚି ଦିଅଁର ଘର ।


ପଳାତକର ଆଙ୍ଗୁଠି ସନ୍ଧିରେ 

ଖସି ଖସି ଅନ୍ତର୍ଦ୍ଧାନ ପ୍ରେମ ।

ଚୁପଚାପ ଆଖି ମିଟିକା ମାରୁଚି

ସୈତାନ ଆତତାୟୀ ,

ଯାହାର ଆକ୍ରମଣରେ କ୍ଷତାକ୍ତ ସମୟ ।


କି' ବାଗରେ କେଜାଣି କାଶତଣ୍ଡୀକୁ

ମକଚି ଦେଉଛି ଗାଈ ଗୋଠ ,

ଖଞ୍ଜା ଖଞ୍ଜି ଦୁଃଖମାନଙ୍କୁ ପିଠି କରି

ଫି ବେଳ ମୁଣ୍ଡ ନୁଆଇଁ ପାଦ ଚାପି

ପଶି ଆସୁଚି ଦିଗବଳୟ ସବୁର

ଅସରନ୍ତି ସୁଖ ।।



Rate this content
Log in

Similar oriya poem from Inspirational