Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarojini Jena

Inspirational

3  

Sarojini Jena

Inspirational

ଆଜିର ନାରୀ

ଆଜିର ନାରୀ

1 min
177


ବଦଳି ଯାଇଛି ଦୁନିଆଟା ଆଜି

ବଦଳିଛି ପରମ୍ପରା,

ଓଢ଼ଣା ଫାଙ୍କରୁ ନାରୀ ମୁଖ କାଢି

ସାଜିଛି ସ୍ୱାଧୀନ ପରା ।


ବିଗତ ଚଳଣି ପାଦର ବେଢ଼ି ଯେ

ବୋହି କୁସଂସ୍କାର ଯେତେ,

ଯେତେକ କାହାଣୀ ତା'ର ଗପ ହୋଇ

ଲୁହ ବୋହି ଅଛି ସତେ ।


ମୁକ ଅଭିନୟ କରିକରି ସିଏ

ଜଡ଼ ପାଲଟି ଥିଲା ଦିନେ,

ସେ ସମୟ ଆଜି ବଦଳି ଯାଇଛି

ଖୁସି ହୁଏ ମନେ ମନେ ।


କେତେ ମହିୟସୀ ନାରୀ ଯେ ଅମର

ହୋଇଛନ୍ତି ଇତିହାସେ,

ଆଜିର ନାରୀ ଯେ ଶୃଙ୍ଗ ଚଢିଯାଏ

ଉଡ଼ିଯାଏ ମହାକାଶେ ।


ଯୁଦ୍ଧ କରିବାକୁ ଜଳ କ୍ରୀଡା ଠାରୁ

ସଭିଙ୍କ କର୍ମ ଆବୋରି,

ଇତିହାସ ପୃଷ୍ଠା ପ୍ରଥମ ଛବିରେ

ନାମ ଅଛି ଯେ ତାହାରି ।


କେଉଁ କର୍ମ ଆଜି ତାକୁ ଭାରି ନୁହେଁ

ପୁରୁଷ ପରି ସେ କରେ,

ସଂସାରର ବୋଝ ମୁଣ୍ଡାଇ ନିଏ ସେ

ସେଥିପାଇଁ ଆଜି ନାଁ ତା'ର ଆଗରେ. ।


ପୁରୁଷଙ୍କ ନୁହଁ ସିଏ କ୍ରୀଡ଼ନକ

ନୁହେଁ ଚାବିଦିଆ କଣ୍ଢେଇ,

ତା'ର ନିଷ୍ଠା, ତା'ର ସାଧନା ବଳରେ

ଦୁନିଆକୁ ଆଜି ସେ ଜିତିଥାଇ ।


ଚନ୍ଦ୍ରପୃଷ୍ଠ ଠାରୁ ଦେଖ ଆଜି ନାରୀ

ରେଳ ଇଂଜିନ ଚଲାଏ,

କେଉଁ ବିଭାଗରେ ତାର ନାଁ ନାହିଁ

ଭାବି ମଥା ଘୁରି ଯାଏ ।


ବାନ୍ଧି ସେ ସାହସ ଅସୀମ ଧୈର୍ଯ୍ୟରେ

ସଂସାର ନାଆକୁ ବାହେ,

ତେଜି ସର୍ବ ସୁଖ,ମାନ ଅଭିମାନ

ସ୍ୱୟଂ କିର୍ତ୍ତୀ ସେ ସାଜିଥାଏ ।


ଜୀବନ ଅଧ୍ୟାୟ ପ୍ରତ୍ୟେକ ପଂକ୍ତିରେ

ପୁରୁଷ ସହ ସଂଯୋଜିତ,

ନାରୀ କଲ୍ୟାଣରେ ଦେଶ ଆଜି ହୁଏ

ପୁଣି ସମାଜ ହୁଏ ଜାଗ୍ରତ ।


ନାରୀ ଶକ୍ତିମୟୀ,କଲ୍ୟାଣମୟୀ ସେ

ଜ୍ଞାନମୟୀ,ବିଶ୍ଵରୂପା,

ନାରୀ କ୍ଷମାଶୀଳା,ସହିଷ୍ଣୁତା ସେତ

ନାରୀ ସର୍ବତ୍ର ପୂଜିତା ।



Rate this content
Log in

Similar oriya poem from Inspirational