STORYMIRROR

Binata Mohanta

Inspirational

3  

Binata Mohanta

Inspirational

ନୂତନ ସକାଳ

ନୂତନ ସକାଳ

1 min
141

କଥାରେ ଅଛି

       ସମୟ ଅଟେ ବଡ ବଳବାନ

କରିଛି ଯିଏ ସଦୁପଯୋଗ

        ଇତିହାସେ ହୋଇଛି ସେ ମହାନ ।।


ସମୟ ଚକ୍ରରେ ଜୀବନର ମୋଡ

         କେବେ ବଦଳିବ କାହାକୁ ବା ଅଛି ଜଣା

ଆଜି ଯିଏ ସଭିଙ୍କୁ ଅଜଣା

          କାଲି ତା ନାଁର ହେଉଛି ଘୋଷଣା ।।


କଥା କଥାକେ ଖାଉଛି ଖୁଣ୍ଟା

          ସକାଳୁ ସନ୍ଧ୍ୟା ପ୍ରତିଦିନ

କଟୁକ୍ତିକୁ ମନେ ନଧରି

          ସ୍ଥିର କରିଛି ଆଗକୁ ବଢିବାର ସ୍ୱପାନ ।।


ପ୍ରତିଟି କଥା ବେଦନା ଅପମାନକୁ

           କରିଛି ସେ ଭ୍ରୂକ୍ଷେପ

ଆଗକୁ ବଢିବାଟା ଚାଲେଞ୍ଜ ଭାବି

            ଦିନରାତି କରୁଛି ସଂକଳ୍ପ  ।।


ପରିଶ୍ରମ ତା'ର ହୋଇଲା ସଫଳ

            ପ୍ରତିଷ୍ଠିତ ହେଲା ସମାଜେ

ନୂତନ ସକାଳର ଆଲୋକ ଭଳି

             ଉଜ୍ଜଳିତ ହେଲା ଅଗ୍ରଜେ ।।


କେବେ କାହା ଶିକ୍ଷା ଓ ଶ୍ରମକୁ

             କରିବା ନାହିଁ ନିନ୍ଦା

ସଭିଙ୍କୁ ଆଗକୁ ବଢିବା ଲାଗି ପ୍ରୋତ୍ସାହନ ସହ 

              ବଢାଇବା ହାତ ସର୍ବଦା ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational