STORYMIRROR

Kalandi pal

Inspirational

3  

Kalandi pal

Inspirational

ଆଜିର ନାରୀ

ଆଜିର ନାରୀ

1 min
168


ଲଭେ ଶ୍ରେଷ୍ଟ ନାମ୍ନୀ ସେ ସୃଷ୍ଟିକାରିଣୀ

     ପୁଣି ସଂହାର କାରିଣୀ 

କୂଳେ କୁଳବଧୂ    କୁଳ ଲକ୍ଷ୍ମୀ ବଧୂ 

     କୁଳ ମଙ୍ଗଳ କାରିଣୀ !!


ଲଜ୍ଜ୍ୟା ତା ଭୂଷଣ    ମିଷ୍ଟ ତା ବଚନ 

      ସର୍ଵଂ ସହା ସୁଶୋଭିନି 

ଇଷ୍ଟ ପୁଜାରିଣି   ସେ ସେବା କାରିଣୀ 

      ସବୁରି ମନକୁ ଚିହ୍ନି !!


ସ୍ବାମୀ ତା ଦେବତା  ପୂଜେ ପାଦ ସଦା 

     ଜାନକୀ ପୁରୁଷତ୍ତମେ

ସୁଚରିତ୍ରା ବୋଲି।    ଜଗତରେ ହୁରି 

     ପଡୁ ଥାଏ ପ୍ରତିକ୍ଷଣେ !!


ସୌନ୍ଦର୍ଯ୍ୟେ ପୂରିତ     ସମ ପ୍ରସ୍ଫୁଟିତ 

     ପୁଷ୍ପ ପ୍ରାୟେ ସୁଶୋଭିତା 

ଶୋଭାକୁ ଆବୃତ     କରେ ବସ୍ତ୍ରାବୃତ

     ସୁଚରିତ୍ରା ପତିବ୍ରତା !!


ଆଜିକାର ନାରୀ     ଆଧୁନିକ ବରି

    ସୌନ୍ଦର୍ଯ୍ୟରେ ଆକର୍ଷିତ

ପାର୍ଲର ପଲ୍ଲବୀ      ବସନ୍ତର ଛବି 

     ଫୁଟି ଉଠେ ସଦା ସେତ !!


ରାଜନୀତି ଶିକ୍ଷା     ଚାକିରି ବ୍ୟବସ୍ଥା 

     ସବୁଥିରେ ସରଂକ୍ଷଣ

ନାରୀ ଜାତି ଆଜି    ସର୍ବାଗ୍ରେ ବିରାଜି 

     ଦେଖାଏ ତା ସ୍ୱାଭିମାନ !!


ପୁରୁଷ ପରାଏ       ଅଧିକାର ପାଏ

     ଜୁଡୋ ମୁଷ୍ଟି ଯୁଦ୍ଧ୍ୟେ ରତ

ନିଜ ବିପଦକୁ       ନିଜେ ଏଡିବାକୁ

     ଶିକ୍ଷା ପାଏ ଅବିରତ !!


ତେବେ ବି ଟଳେନି  ନାରୀ ଅତ୍ୟାଚାର 

    ଧର୍ଷଣ ଓ ବାଳକ୍ତାର 

ଯୌତୁକ ଲୋଲ୍ଳୁପ   ଦୃଷ୍ଟି କରେ ପାପ 

    ନାରୀ ତ ଶତ୍ରୁ ନାରୀର !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational