ଢଳମଳ
ଢଳମଳ
ଉଚ୍ଛନ୍ନ ଦେଉଳ ଦେବ ବିଜେ ସ୍ଥାନ
ଚନ୍ଦନ ରଥ ଝୁଲଣ
ମଉନ ଈଶ୍ୱର ଗୁରୁ ବ୍ରହ୍ମା ବିଷ୍ଣୁ
ଚଉଧୂରୀ ବୁଦ୍ଧି ଶୂନ୍ୟ ।
ଓଲେଇ ବିଲେଇ ଶିକାକୁ ଛିଣ୍ଡେଇ
ଖାଉଛି ମାମୁଲି ଭୋଗ
ଭକୁଆ ଚାନ୍ଦିନୀ ଚକା ଚଉପାଡି
କହ୍ନେଇ ମନ ବିଷାଦ ।
ଆଖି ବୁଜି ପୁଷି ପିଇଯାଏ କ୍ଷୀର
ଚାଟଇ ଲବଣୀ ସର
ମଟ ମଟ କରି ଚାହିଁ ଦେଖୁଛନ୍ତି
ସୁଦାମା କୃଷ୍ଣ ସୁବଳ ।
ତୋଳିଛନ୍ତି ଛତ୍ର ଚଣ୍ଡାଳ ମୁରୁଖ
ସାଲୁବାଲୁ ବିଛୁଆତି
ଉତ୍ତାଳ ନକଲି ଆଚାର୍ଯ୍ୟ ଚୈ।ଧୁରୀ
କଳିକାଳ ମନ୍ଦଗତି ।
କେଶବ ଗୋପାଳ ଖାଣ୍ଟି ଗୋପାଳିଆ
ମେଲଣ କୁସୁନା ହାଟ
ଖାଉନି କଦଳୀ ବିଚରା ଖବିଷ
ଆଜି ସମାଜଟା ଖୁଣ୍ଟ ।
ସାତତାଳ ପଙ୍କ ପଦୁମ ପୋଖରୀ
ଘରର ଢିଙ୍କି କୁମ୍ଭୀର
ସୁବର୍ଣ୍ଣ ପେଟିକା ଭିତରେ ନିବୁଜ
ଭଗବାନ ଢଳମଳ ।