ଆଞ୍ଜୁଳାଏ ଦୁଃଖ
ଆଞ୍ଜୁଳାଏ ଦୁଃଖ
ନିରୋଳା ମୁହୂର୍ତ୍ତ
ଏକା ଏକା ଚାହିଁଥାଏ
ଆପଲକ ନୟନେ
ବାରୁଣୀ ଗଗନେ
ଭାରାକ୍ରାନ୍ତ ମନତଳେ
ପୁଞ୍ଜିଭୂତ ବେଦନା
. ତଥାପି ରଜନୀଗନ୍ଧା ର ମହକରେ
ଆନମନା ସେ
ଅସ୍ତଚଗାମୀ ତପନର
ଲାଲ ଟହ ଟହ ରଶ୍ମି
ଧୀରେ ଧୀରେ ନିଷ୍ପ୍ରଭ
ତାପସୀ ମନରେ
ଭାବୁଥିଲା ଅନେକ କିଛି
ଆସିଛି ଏକା ଯିବି ଏକା
ଆସିବା ଯିବା ର ମଧ୍ୟାନ୍ତର
ସୀମାହୀନ ଅନୁଭବ
ମାପ କାଠିରେ ହିସାବ ନିକାଶ
କରିବା ଅତୀବ କଷ୍ଟ
ସବୁର ସମାହାରେ ବି
ମନପକ୍ଷୀ ହୋଇଥାଏ ତୃପ୍ତ
ସାମ୍ନାରେ ସଜଫୁଟା ଫୁଲ
ପବନେ ଦୋହଲିଗଲେ
ମାଆ ହାତରନ୍ଧା
ଅମୃତର ସ୍ପର୍ଶ
ଅହରହ ମିଳୁଥିଲେ
ନୀଳାକାଶେ ବିହଗ
ସ୍ୱାଧୀନତାର ମଧୁ ଚାଖି
ଦୂରେ ଉଡିଗଲେ
ସରୋବରେ ହଂସ ଯୋଡି
ଜଳେ ଭାସୁଥିଲେ
ପଙ୍କଜିନୀ ବକ୍ଷ
ରବି କିରଣ ଚୁମିଲେ
କୁନି ଝିଅର କାଗଜ ଡ଼ଙ୍ଗା
ଓଳି ତଳ ପାଣି ସୁଅ ରେ ଭାସିଲେ
ମାଆର ପଣତ ଶ୍ରୀମନ୍ଦିର ନେତ
ଅଭୟ ମିଳିଲେ
ସବୁ ଦେଖି ଅନୁଭବର
ନିଆରା ଆଶ୍ୱାସନାରେ
ଆଞ୍ଜୁଳାଏ ଦୁଃଖ କୁ
ସାଉଁଟିନେଇ
ଆଞ୍ଜୁଳା ଭରି
ଅଜାଡିତେଲେ
ସେଇ ଭାବ ବିନୋଦିଆ
ବଇଁଶୀଧାରୀ ନଟ ନାଗର ଙ୍କ
ଶ୍ରୀପୟରରେ
ଆତ୍ମା ହୋଇଯାଏ ତୃପ୍ତ
ଭଙ୍ଗାମନ ଯୋଡିହୁଏ
ତା ସାଥେ ହୃଦୟର
ନିବୃତ କୋଠରୀରେ
ଶୂନ୍ୟତା ଭିତରେ
ପୂର୍ଣ୍ଣତା ପଥେ |