Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kamalini Panigrahi

Inspirational

3  

Kamalini Panigrahi

Inspirational

ଆଦର୍ଶ ଜୀବନ

ଆଦର୍ଶ ଜୀବନ

1 min
216


ବହୁ ସାଧନା ଓ ସତକର୍ମ କଲେ

ପ୍ରାଣୀ ତାର ଜୀବନରେ

ସତକର୍ମ ସଂପାଦନ ପୁଣ୍ୟଫଳେ

ମନୁଷ୍ୟ ଜନ୍ମ ଲଭେରେ।।

ମନୁଷ୍ୟ ସାମଗ୍ରିକ ଜୀବନକାଳ

କେତୋଟି ପର୍ଯ୍ୟାୟେ ବିତେ

ତା ମଧ୍ୟରୁ ଏକ ଆଦର୍ଶ ଜୀବନ

ଗୁରୁତ୍ୱପୂର୍ଣ୍ଣଟି ସତେ।।

ଆଦର୍ଶ ଜୀବନ ବୀଜର ବପନ

ଛାତ୍ର ଜୀବନରୁ ହୁଏ

ଭାବୀ ଜୀବନ ସୌଧର ଭିତ୍ତିଭୂମି

ବାଲ୍ୟରୁ ସ୍ଥାପିତ ହୁଏ।।

ଜ୍ଞାନ ବିଜ୍ଞାନ ଓ ସାହିତ୍ୟ,ସଂସ୍କୃତି

ଦର୍ଶନାଦିର କ୍ଷେତ୍ରରେ

ପ୍ରାଚୀନ କାଳରୁ ଦିଗ୍ଦର୍ଶନକୁ ଯେ

ଭାରତ ଦିଏ ବିଶ୍ୱରେ।।

ବୈଦିକ ସଭ୍ୟତା ଚିରସ୍ମରଣୀୟ

ସୃଷ୍ଟି ନୈତିକ ପ୍ରଭାବେ

କଠୋର ସଂଯମ ସାଧନା ଶିକ୍ଷାରୁ

କାୟ କ୍ଲେଶର ସ୍ୱଭାବେ।।

ଆତ୍ମଜ୍ଞାନର ଯେ ବିକାଶ ହୋଇଲେ

ହୁଏ ଆଦର୍ଶ ଜୀବନ

ମାନସିକ,ବୌଦ୍ଧିକ ଓ ଚାରିତ୍ରୀକ

ଉନ୍ନତି ନିମିତ୍ତ ଧ୍ୟାନ।।

ଚରିତ୍ର ଗଠନ,ଆଧ୍ୟାତ୍ମିକତା ଯେ

ଶିକ୍ଷାଲାଭର ଉଦ୍ଦେଶ୍ୟ

ସଂଯମ ଜ୍ଞାନରେ ଆଦର୍ଶ ଜୀବନ

ପ୍ରତିଫଳିତ ଅବଶ୍ୟ।।

ସତ୍ୟତା,ସାଧୁତା,ନମ୍ରତା,ସଂଯମ

ସେବା ଓ ତ୍ୟାଗର ଗୁଣ

ଆଦର୍ଶ ଶବ୍ଦର ପର୍ଯ୍ୟାଲୋଚନାଟି

ଜୀବନର ଅନ୍ୱେଷଣ।।

ଜୀବନକୁ ମହନୀୟ ମଧୁମୟ

କରିବା ପାଇଁକି ଆମ୍ଭେ

ଆଦର୍ଶ ଜୀବନ ଗ୍ରହଣ କରିବା

ନିଷ୍ଠା ଓ ସାଧନା ଦମ୍ଭେ।।

ନଗ୍ନ,ଅଶାଳୀନ ଚଳଚ୍ଚିତ୍ର ଦେଖି

ବିଳାସ ବ୍ୟସନେ ରହି

କର୍ତ୍ତବ୍ୟ। କର୍ତ୍ତବ୍ୟ ଭୁଲିଯାଉ ଆମ୍ଭେ

ଆଦର୍ଶକୁ ବଳିଦେଇ।।

ସାମାଜିକ ପରିବର୍ତ୍ତନ ହେଉଛି

ଜନସଂଖ୍ୟା ସ୍ଫୁରଣରେ

ନୈରାଶ୍ୟ କୁହେଳିକା ମଧ୍ୟରେ ଖୋଜୁ

ନିଯୁକ୍ତିକୁ ଆଦର୍ଶରେ।।

ଆଦର୍ଶ ଜୀବନ ଏମିତିକା ପୁଣ୍ୟ

ଜଣେ ଶିଖେ ଅନ୍ୟଠାରୁ

ରାମଚନ୍ଦ୍ର ଥିଲେ ଆଦର୍ଶ ସମାଜେ

ପଢ଼ୁ ଯାହା ପୁରାଣରୁ।।


Rate this content
Log in

Similar oriya poem from Inspirational