STORYMIRROR

Jitendra Giri

Inspirational

3  

Jitendra Giri

Inspirational

ସାଇକେଲ

ସାଇକେଲ

1 min
186


ଉନେଇଶ ବତିଶି ମଇ ଏକ ରିଖ

    ନୂଆ କୀର୍ତ୍ତି ଭିଆଇଲେ

ସାଇକେଲ ଚଢ଼ି ବିଜୁ ବାବୁ ପରା

   ପେଶୱାର ଯାଇଥିଲେ।


ମହାମାରୀ କାଳେ ପ୍ରବାସୀ ଓଡ଼ିଆ

   ଘର ମୁହାଁ ଯେବେ ହେଲେ

ସେଇ ସାଇକେଲ ତାଙ୍କ ସାଥୀ ହେଲା

   ସଭିଏଁ ଜାଣନ୍ତି ଭଲେ।


ସାଇକେଲ ଚଢ଼ି ଆମ ସାଂସଦ ଯେ

  ନୂଆ ଶିକ୍ଷା ଟିଏ ଦେଲେ

ଦେଶ ସେବା ପାଇଁ ଗାଡ଼ି ଲୋଡ଼ାନାହିଁ

  ସେବା ମନବୃତି ଥିଲେ।


ଗାଡ଼ି ଛାଡ଼ି ବନ୍ଧୁ ସାଇକେଲ ଚଢ଼

  ସୁସ୍ଥ ପରିବେଶ ପାଇଁ

ଗାଡ଼ି ଧୁଆଁ ପରା ଭାରି ମାରାତ୍ମକ

  ଆମ ସୁସ୍ଥ ସମାଜ ପାଇଁ।


ଆଣ୍ଠୁ ଗଣ୍ଠି ତୁମ ଦରଜ ଛାଡ଼ିବ

   ହୁଅ ନାହିଁ ତୁମେ ବ୍ୟସ୍ତ

ସାଇକେଲ ଟିଏ ନୀତି ଚଢ଼ୁଥିବ

   ସଦା ରହିଥିବ ସୁସ୍ଥ।




Rate this content
Log in

Similar oriya poem from Inspirational