STORYMIRROR

Jitendra Giri

Inspirational

4  

Jitendra Giri

Inspirational

ଦୁଃଖ ଯୋଡ଼ା ହେଉ

ଦୁଃଖ ଯୋଡ଼ା ହେଉ

1 min
158


ସର୍ବଜନସୁଖେ ଆଧାର ଯୋଜନା

   ଭାରି ଦାମୀ କାଗଜଟେ

ସରକାରୀ ଧନ ଘର ପାଇଖାନା

   ସବୁ ମିଳେ ତା କବାଟେ।


ନିୟମ ତାହାର ବହୁତ ସୁନ୍ଦର

   ଜନତାଙ୍କ ହିତ ପାଇଁ

ଥରେ ପାଇଥିଲେ ଆଉ ପାଇବନି

 ସେ ଯେଉଁ ଚିଜ ହେଉ ଭାଇ।


ଅସହାୟ ଶିଶୁ କିଆଁ ଅଳିଆ ଗୋଟାଏ

   ପେଟ ଚାଖଣ୍ଡକ ପାଇଁ

ତା ଅସହାୟ ପଣ ଦୂର କରିବାକୁ

 ତାକୁ ଯୋଡ଼ ଆଧାରେ ଯାଇ।


ବାର୍ଦ୍ଧକ୍ୟ ବୟସେ ସ୍ନେହମୟୀ କିଆଁ

  ବୃଦ୍ଧାଶ୍ରମେ ଦିନ କାଟେ

ତା ସ୍ନେହ ମୂଲ୍ୟ ତାକୁ ଫେରାଇ ଦିଅ 

  ଆଧାର ଯୋଜନା ବାଟେ।


ବାର ବାର କିଆଁ ଦୁଃଖ ପାଏ ପିତା

  ପିଲାଙ୍କୁ ମଣିଷ କରି

 ପୂଜ୍ୟପିତାଙ୍କର ଦୁଃଖ ଲେଖା ହେଉ

   ଆଧାର କାଗଜେ ଭରି।


ନବବଧୂ କିଆଁ ହୁଏ ନିର୍ଯ୍ୟାତିତ

   ସବୁକିଛି ତ୍ୟାଗକରି

 ତାର ନ୍ୟାୟ ଲାଗି ଆଧାର କାଗଜେ

  କର ନିୟମ ସବୁକୁ ଜାରି।


ପ୍ରେମ ସମ୍ପର୍କରେ କିଆଁ ହୁଏ ଧୋକା

    ମରନ୍ତି ଜୀଅନ୍ତା ସବୁ

ଧୋକା ଛଳନାକୁ ଆଗ ଯୋଡ଼ା ହେଉ

  ଆଧାର କାଗଜେ ବାବୁ।


ଶିକ୍ଷିତ କାହିଁକି ହେଉଛି ବେକାର

  ଉଚ୍ଚଶିକ୍ଷା ଲାଭକରି

ବେକାରୀ ସମସ୍ୟା ଚିଠା ଖଞ୍ଜାହେଉ

  ଆଧାରରେ ମନେକରି।


ସବୁ ଚିଜ ତୁମେ ଆଧାରେ ଯୋଡ଼ିଲ

   ଦୁଃଖକୁ ଯୋଡ଼ିଲ ନାହିଁ

ଦୁଃଖ ଯୋଡ଼ା ହେଉ ଆଧାର କାଗଜେ

   ଆଉ କିଛି ଲୋଡ଼ା ନାହିଁ।




Rate this content
Log in

Similar oriya poem from Inspirational