STORYMIRROR

Jitendra Giri

Inspirational

3  

Jitendra Giri

Inspirational

ଘୁଞ୍ଚିବ ତୁମ ଅଭାବ

ଘୁଞ୍ଚିବ ତୁମ ଅଭାବ

1 min
178


ବୃକ୍ଷ ଆମ ବନ୍ଧୁ ବୃକ୍ଷ ଆମ ସଖା

  ବୃକ୍ଷ ଆମ ସହୋଦର

ପ୍ରତି ହାତ ତୁମେ ବୃକ୍ଷ ରୋପିଚାଲ

  ହେବ ତୁମ ଦରକାର।


ସ୍କନ୍ଦ ପୁରାଣରେ ବର୍ଣ୍ଣିତ ଅଛି ଯେ

  ବୃକ୍ଷ ଉପକାର କଥା

ବଂଶ ବୃଦ୍ଧି ପାଇଁ ବଟ ବୃକ୍ଷ ବନ୍ଧୁ

  ଜତନେ ତାକୁ ପୋତୁଥା।


ଅଶ୍ୱତ୍ଥ ବୃକ୍ଷ ଯେ ଦାରିଦ୍ର୍ୟ ନାଶକ

  ଘୁଞ୍ଚିବ ତୁମ ଅଭାବ

ନଦୀକୂଳେ ଅବା ପୋଖରୀ ହୁଡ଼ାରେ

  ଯଦି ତାକୁ ରୋପିଦେବ।


ସର୍ବସୁଖ ଯଦି ତୁମେ ଚାହୁଁ ଅଛ

  ବଟ ଅସ୍ତ ଯୋଡ଼ି ପୋତ

ଶରଧାରେ ନିତି ମୂଳେ ପାଣି ଦେଲେ

  ଦୁଃଖ ହେବ ଯେ ଅତୀତ।


ରୋଗ ବିନାଶକ ନିମ୍ବ ବୃକ୍ଷ ଅଟେ

   ଶାସ୍ତ୍ର ପୁରାଣେ ବର୍ଣ୍ଣିତ

ଘର ଆଖପାଖେ ତାକୁ ପୋତି ଦିଅ

   ରୋଗର ହେବ ନିପାତ।


ପୁତ୍ରି ପ୍ରାପ୍ତି ପାଇଁ ଜାମୁକୁଳି ବୃକ୍ଷ

  ଲଗାଅ ଯେ ସୁଧିଜନେ

ସୁନା ନାକି ବୋହୂ ପାଇବା ପାଇଁକି

  ଡାଳିମ୍ବ ଲଗାଅ ବନେ।


ଦଶ ପୁତ୍ର ସମ ଏକ ପୁତ୍ରୀ ବନ୍ଧୁ

  କଥା ଏକବାର ସତ

ପୁଣି ଦଶ ପୁତ୍ରୀ ସମ ଏକ ବୃକ୍ଷ

  ସ୍କନ୍ଦ ପୁରାଣେ ବର୍ଣ୍ଣିତ।


ଆହୁରି ଅନେକ ରହିଗଲା ବନ୍ଧୁ

  ଗଛ ଲତାଙ୍କର କଥା

ଅଳ୍ପ ସ୍ୱଳ୍ପ ପଢ଼ି ଲେଖିଲା ବେଳକୁ

 ଘୁରିଯାଏ ମୋର ମଥା।



Rate this content
Log in

Similar oriya poem from Inspirational