STORYMIRROR

Jitendra Giri

Others

4  

Jitendra Giri

Others

ପୁନଃ ମିଳନ

ପୁନଃ ମିଳନ

1 min
175


ପାହାନ୍ତିଆ ଦିନେ ସପନେ ଦେଖିଲି

   ତୁମ ରଥାରୂଢ଼ ବେଶ

ଭକତ ମେଳରେ ନନ୍ଦିଘୋଷେ ଆସି

  ଦେଉଛ ତୁମେ ଆଶିଷ।


ଆଖି ଗଲା ଲାଖି ତୁମ ରୂପ ଦେଖି

   ମନେ ଭରିଗଲା ଶାନ୍ତି

ଅନ୍ତର ବେଦନା ପାସୋରି ଗଲି ମୁଁ

  ଦେଖି ତୁମ ଦିବ୍ୟକାନ୍ତି।


ମନେ ଅଭିମାନ ଭରି ରହିଥିଲା

  ପଚାରିଲି ଯେଉଁ କଥା

ଉତ୍ତର ନ ଦେଇ ମୁରୁକି ହସିଲ

 ଏ କି ପ୍ରଭୁ ପଣିଆର କଥା।


ସିଧା ସାଧା ମୋର ପ୍ରଶ୍ନ ଥିଲା ପ୍ରଭୁ

  ଜଟିଳ କେବେ ନଥିଲା

ଭକ୍ତ ଭଗବାନ ମିଳନରେ ଆଜି

  କାହିଁକି ଲାଗିଛି ତାଲା।


ଛଟପଟ ଆଜି ସଭିଙ୍କ ଅନ୍ତର

  ତୁମ ଦରଶନ ପାଇଁ

କାହିଁକି ମଉନେ ତୁମେ ବସିଅଛ

  କୁହ ହେ ଜଗତ ସାଇଁ।


ଆତ୍ମା ପରମାତ୍ମା ହୋଇଲେ ଏକାଠି

  ହୋଇଥାଏ ମହା ମିଳନ

କପଟ ନକରି କୃପା କର ପ୍ରଭୁ

  ହେଉ ଆମ ପୁନଃ ମିଳନ।




Rate this content
Log in