ପୁନଃ ମିଳନ
ପୁନଃ ମିଳନ
ପାହାନ୍ତିଆ ଦିନେ ସପନେ ଦେଖିଲି
ତୁମ ରଥାରୂଢ଼ ବେଶ
ଭକତ ମେଳରେ ନନ୍ଦିଘୋଷେ ଆସି
ଦେଉଛ ତୁମେ ଆଶିଷ।
ଆଖି ଗଲା ଲାଖି ତୁମ ରୂପ ଦେଖି
ମନେ ଭରିଗଲା ଶାନ୍ତି
ଅନ୍ତର ବେଦନା ପାସୋରି ଗଲି ମୁଁ
ଦେଖି ତୁମ ଦିବ୍ୟକାନ୍ତି।
ମନେ ଅଭିମାନ ଭରି ରହିଥିଲା
ପଚାରିଲି ଯେଉଁ କଥା
ଉତ୍ତର ନ ଦେଇ ମୁରୁକି ହସିଲ
ଏ କି ପ୍ରଭୁ ପଣିଆର କଥା।
ସିଧା ସାଧା ମୋର ପ୍ରଶ୍ନ ଥିଲା ପ୍ରଭୁ
ଜଟିଳ କେବେ ନଥିଲା
ଭକ୍ତ ଭଗବାନ ମିଳନରେ ଆଜି
କାହିଁକି ଲାଗିଛି ତାଲା।
ଛଟପଟ ଆଜି ସଭିଙ୍କ ଅନ୍ତର
ତୁମ ଦରଶନ ପାଇଁ
କାହିଁକି ମଉନେ ତୁମେ ବସିଅଛ
କୁହ ହେ ଜଗତ ସାଇଁ।
ଆତ୍ମା ପରମାତ୍ମା ହୋଇଲେ ଏକାଠି
ହୋଇଥାଏ ମହା ମିଳନ
କପଟ ନକରି କୃପା କର ପ୍ରଭୁ
ହେଉ ଆମ ପୁନଃ ମିଳନ।